ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀର୍ଘ ୭୦ ବର୍ଷ ଅପେକ୍ଷାର ଅନ୍ତ: ସ୍ବତନ୍ତ୍ର ବିମାନ ଯୋଗେ ଆଫ୍ରିକାର ନାମିବ୍ୟାରୁ ଭାରତକୁ ଆସିଲେ ୮ ଚିତା ବାଘ

ନୂଆଦିଲ୍ଲୀ: ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତରୁ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ ପୁଣି ଦେଶର ଜଙ୍ଗଲରେ ଦୌଡ଼ିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭାରତରେ ପହଞ୍ଚିଛି ନାମ୍ବିଆର ୮ ଆଫ୍ରିକୀୟ ଚିତା । ଚିତାଙ୍କୁ ନେଇ ଗ୍ବାଲିୟରରେ ପହଞ୍ଚିଛି ବିମାନ । ସକାଳ ପ୍ରାୟ ୯.୨୦ ମିନିଟରେ ମଧ୍ୟପ୍ରଦେଶର କୁନୋ- ପାଲପୁର ନ୍ୟାସନାଲ ପାର୍କରେ ଚିତାଙ୍କୁ ଛଡାଯିବ । ସ୍ୱତନ୍ତ୍ର ବିମାନରେ ୫ଟି ମାଇ ଓ ତିନିଟି ଅଣ୍ଡିରା ଚିତା ଆସିଛନ୍ତି । ଦୁଇଟି ଅଣ୍ଡିରା ବାଘର ବୟସ ସାଢ଼େ ୫ ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ସଢେ ୪ ବର୍ଷ । ମାଇ ଚିତାଙ୍କ ମଧ୍ୟରୁ ୨ଟିର ବୟସ ୫ ବର୍ଷ, ଆଉ ଦୁଇଟିର ବୟସ ଅଢେଇରୁ ୪ ବର୍ଷ ଏବଂ ସବୁଠୁ କନିଷ୍ଠ ଚିତାର ବୟସ ଦୁଇ ବର୍ଷ । ଏମାନେ ଏହି ସ୍ୱତନ୍ତ୍ର ବିମାନରେ ଭାରତ ଆସିଛନ୍ତି।

ଆଜି ସ୍ବତନ୍ତ୍ର ବିମାନଟି ଜୟପୁରରେ ଲ୍ୟାଣ୍ଡିଂ ପରେ ହେଲିକପ୍ଟରରେ ବାଘମାନଙ୍କୁ ଜବଲପୁର ନିଆଯିବ । ପରେ ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଚିତାଙ୍କୁ ନିଆଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯାଇ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କୁ ଛାଡ଼ିବେ । ଚିତାବାଘ ଆଣିବା ଲାଗି ପ୍ରଥମେ ପ୍ରକ୍ରିୟା ଆରମ୍ଭ ହୋଇଥିଲା 2009ରେ । ନାମିବ୍ୟାର ଚିତା କଞ୍ଜରଭେସନ ଫଣ୍ଡ ବା ସିସିଏଫର ବିଶେଷଜ୍ଞମାନେ ପ୍ରଥମେ ଭାରତକୁ ଏହି ପ୍ରସ୍ତାବ ଦେଇଥିଲେ । ପ୍ରାୟ 12 ବର୍ଷ ମଧ୍ୟରେ ପ୍ରକଳ୍ପର ଅନୁଧ୍ୟାନ ଲାଗି ସିସିଏଫର ମୁଖ୍ୟ ଡକ୍ଟର ଲରି ମାର୍କର ବହୁଥର ଭାରତ ଆସିଥିଲେ । ଗତ 2020 ଜାନୁଆରୀରେ ଚିତା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସୁପ୍ରିମକୋର୍ଟ । ଫଳରେ ଜୁଲାଇ 2020ର ଭାରତ ଓ ନାମିବ୍ୟା ମଧ୍ୟରେ ଏକ ବୁଝାମଣା ଚୁକ୍ତି ହୋଇଥିଲା ।

Leave A Reply

Your email address will not be published.