ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଲ୍ଲାପାଳଙ୍କ ଅଫିସରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଘଟଣା: ୮ଜଣଙ୍କୁ ଗିରଫ କଲା ପୁଲିସ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଭିଡିଓ ଫୁଟେଜ ଆଧାରରେ ଘଟଣାର ତଦନ୍ତ କରାଯାଉଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ।

ସୂଚନା ଅନୁଯାୟୀ, ଗତକାଲି ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ସହ ଭଙ୍ଗା ରୁଜା କରିଥିଲେ । ପଞ୍ଚାୟତ ନିବାଚନରେ ଓବିସି ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେପି କର୍ମୀମାନେ ଏହି କାଣ୍ଡ ଭିଆଇଥିଲେ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କର୍ମୀମାନେ ଭଙ୍ଗାରୁଜା କରିଥିଲେ ବି କେହି ଅଟକାଇ ନଥିଲେ । ବିଜେପିର ଏମିତି ଗୁଣ୍ଡାରାଜକୁ ସବୁ ମହଲରୁ ନିନ୍ଦା କରାଯାଇଛି।

Leave A Reply

Your email address will not be published.