ବୁଧବାର ରାଶିଫଳ ( ୦୭ – ୦୯ – ୨୦୨୨ )

ମେଷ: କୌଣସି ସମସ୍ୟାରେ ପଡ଼ିପାରନ୍ତି। ଧାର ମାଗୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରିବା ଉଚିତ ହେବ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ନୂତନ ରାସ୍ତା ଉନ୍ମୋଚନ ହେବ।
ବୃଷ: ଗୃହପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ଦୃଢ଼ ହେବ। କଠିନ ପରିଶ୍ରମ କରି ସଫଳତା ହାସଲ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।
ମିଥୁନ: ଦେହ ଓ ମନ ଭଲ ରହିବ। ପରିବାରରେ ବିବାଦୀୟ ସ୍ଥିତି ଉପୁଜିପାରେ। ଆୟ ଓ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କଠାରୁ ଆର୍ଥିକ ସହାୟତା ପାଇବେ। ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ।
କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। କାହାର ଭାବନାକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇପାରେ।
ସିଂହ: ଅତୀତ ର ନିଷ୍ପତ୍ତି ପାଇଁ ମାନସିକ ଅଶାନ୍ତିରେ ପଡ଼ିବେ। ମହିଳାମାନେ ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ସଠିକ୍ ରହିବ। ଭ୍ରମଣ ଯୋଗ ରହିଛି। ଘରୋଇ ସମସ୍ୟା ଦେଖାଦେଇପାରେ।
କନ୍ୟା: ସମାଜରେ ପ୍ରତିଷ୍ଠା ପାଇବେ। ପୁରୁଣା ନିବେଶରୁ ଲାଭାନ୍ବିତ ହେବେ। ମନ ପ୍ରଫୁଲ୍ଲିତ ରହିବ। ପ୍ରିୟଜନଙ୍କ ସହ ବୁଲାବୁଲି କରିବାକୁ ଯାଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖକର ହେବ।
ତୁଳା:ଗୋପନୀୟ କଥା ପ୍ରକଟ କରନ୍ତୁ ନାହିଁ। ଅନ୍ୟର ଖୁସିରେ ନିଜକୁ ସାମିଲ କରନ୍ତୁ। ଅର୍ଥ କାରବାର ଉପରେ ଦୃଷ୍ଟି ଦିଅନ୍ତୁ। ସହକର୍ମୀଙ୍କ ସାହାଯ୍ୟ ପାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।
ବିଛା: ପାରିବାରିକ ସହଯୋଗ ପାଇ ଉନ୍ନତି କରିବେ। କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ବ୍ୟବସାୟରେ ସଫଳତା ମିଳିବ। ବାଦବିବାଦରୁ ନିବୃତ୍ତ ରୁହନ୍ତୁ। ବିଦେଶ ଭ୍ରମଣ ଯୋଗ ରହିଛି।
ଧନୁ: ଦିନଟି ବ୍ୟସ୍ତବହୁଳ ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ବନାଇବେ। ଇଚ୍ଛା ଅନୁଯାୟୀ ଫଳ ପାଇବେ। ସମ୍ପର୍କରେ ଫାଟ ସୃଷ୍ଟି ହୋଇପାେର। ଜୀବନସାଥୀଙ୍କ ସ୍ବସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ମକର: ଦୀର୍ଘିଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଘରୋଇ ଦାୟିତ୍ବକୁ ସୁଚାରୁ ଭାବରେ ତୁଲାନ୍ତୁ। କର୍ମକ୍ଷେତ୍ରରେ ଅଧିକ ସମୟ ଅତିବାହିତ କରିବେ। କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
କୁମ୍ଭ: ଉଦାସୀନ ରହିପାରନ୍ତି। ପ୍ରିୟଜନ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ସାଙ୍ଗସାଥୀଙ୍କ ସହ ସମୟ ଅତିବାହିତ କରନ୍ତୁ। ସହକର୍ମୀଙ୍କ ସହ ମତଭେଦ ଦେଖା ଦେବ।
ମୀନ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଧନଲାଭର ଯୋଗ ରହିଛି। ପାରିବାରିକ ସମ୍ପର୍କରେ ମଧୁରତା ଦେଖାଦେବ। କଠିନ ପରିଶ୍ରମ କରି ସଫଳତା ପାଇବେ।