ଶନିବାର ରାଶିଫଳ ( ୦୭- ୦୧ – ୨୦୨୩ )

ମେଷ: ମନୋରଞ୍ଜନରେ ସମୟ କଟିବ। ମାନସିକ ଚାପ ଅନୁଭବ କରିପାରନ୍ତି । ପରିବାର ସହ ମୂଲ୍ୟବାନ ସମୟ କଟାଇବେ। ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରି ସଫଳତା ପାଇବେ।
ବୃଷ: ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆଧ୍ୟାତ୍ମିକ ଭାବନା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହେବ। ଜୀବନ-ସାଥୀଙ୍କଠାରୁ କିଛି ବିଶେଷ ଖବର ମିଳିବ।
ମିଥୁନ: କରଜନେବାରୁ ଦୂରେଇ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ। ଗୁପ୍ତ କଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ପରିଚୟ ଦେବେ।
କର୍କଟ: ନିଜ ଚିନ୍ତାଧାରା ପରିବର୍ତ୍ତନ କରିବା ପାଇଁ ସାମାଜିକ ମିଳାମିଶା ବଢ଼ାନ୍ତୁ। ଆର୍ଥିକ ଅନଟନ ଦେଖାଦେବ। ପରିବାରବର୍ଗଙ୍କୁ ଅଧିକ ସମୟ ଦିଅନ୍ତୁ। ବୈବାହିକ ଜୀବନରେ ତିକ୍ତତା ଦେଖାଦେବ।
ସିଂହ: ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। କର୍ମମୟ ଜୀବନରୁ ବିରତି ନେବା ପାଇଁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ।
କନ୍ୟା : ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ, ଆର୍ଥିକ ଉନ୍ନତି ଦେଖାଦେଇ ପାରେ। ଭବିଷ୍ୟତ ପାଇଁ କରିଥିବା ଯୋଜନାକୁ ଗୁପ୍ତ ରଖନ୍ତୁ। ନିଜ ଭିରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିପାରନ୍ତି।
ତୁଳା: କାର୍ଯ୍ୟକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଦୂରଯାତ୍ରାରେ ଯାଇପାରନ୍ତି। ବଢୁଥିବା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।
ବିଛା: ପ୍ରିୟଜନଙ୍କ ସହ ଦୂରଯାତ୍ରା ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଅନ୍ତରଙ୍ଗତା ବୃଦ୍ଧି ପାଇବ। ହଠାତ ନୂତନ ସୂତ୍ରରୁ ଲାଭବାନ ହେବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରନ୍ତି ।
ଧନୁ: କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ପରିବାର ସୁଖସମୃଦ୍ଧି ବୃଦ୍ଧି ପାଇବ। ନୂତନ ନିବେଶ ପାଇଁ ଉତ୍ତମ ସୁଯୋଗ ପାଇବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ।
ମକର: ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଗୁରୁଜନଙ୍କଠାରୁ ଅାଶୀର୍ବାଦ ପାଇବେ। କୌଣସି କଥା ମନକୁ ବ୍ୟଥିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କୁମ୍ଭ: ବହୁ ଚେଷ୍ଟା କରି ସଫଳତା ପାଇବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ଚଳଚଞ୍ଚଳ ରହିବେ।
ମୀନ: ଉଚ୍ଚ ଆଶା ସଫଳ ହେବ। ରାଜନୀତିରେ ସୁନାମ ପାଇବେ। ଚାକିରିରେ ସ୍ବାଧୀନତା ରହିବ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ବାଣିଜ୍ୟ ଓ ଶିକ୍ଷାକ୍ଷେତ୍ରରେ ଆଶାଜନକ ଫଳ ପାଇବେ।