ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୦୭ – ୦୧ -୨୦୨୨ )

ମେଷ: ଏକାଦଶରେ ଚନ୍ଦ୍ର ଓ ବୃହସ୍ପତିଙ୍କ ଚଳନ କାରଣରୁ ସୁଖଶାନ୍ତି ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ।

ବୃଷ: ଉଚ୍ଚ ଆଶା ପୂରଣ ହେବ। ଚାକିରିରେ ସହଯୋଗ ପାଇବେ। ମହିଳାମାନେ ଆତ୍ମ ନିର୍ଭଶୀଳ ହେବେ। ପରିବହନ ଓ ବାଣିଜ୍ୟରେ ନୂତନତା ଆସିବ। ଶିକ୍ଷାର୍ଥୀ କୃତିତ୍ବ ଅର୍ଜନ କରିବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍‌।

ମିଥୁନ: କର୍ମକ୍ଷେତ୍ରରେ ବିଶ୍ବାସଘାତକତାର ଶିକାର ହୋଇପାରନ୍ତି। ଚାକିରିରେ ଅପଦସ୍ତ ପରିସ୍ଥିତି ଉପୁଜିବ। ମହିଳାମାନେ ହତୋତ୍ସାହ ରହିବେ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ: ବହୁ ଚେଷ୍ଟା ସତ୍ତ୍ବେବି କ୍ଷତିରେ ପଡ଼ିବେ। ରାଜନୀତିରେ ଜଟିଳ ପରିସ୍ଥତି ରହିବ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟ ହାନିହୋଇପାରେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍ଗ-୩,ଶୁଭ ରଙ୍ଗ-ଗୋଲଡେନ୍‌।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ସୁଖ ସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ଆଶାଜନକଫଳ ପାଇବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍‌।

କନ୍ୟା: ପରିଶ୍ରମର ଫଳ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ସ୍ବାଭିମାନୀ ରହିବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୪,ଶୁଭ ରଙ୍ଗ- ମେଟାଲିକ୍‌।

ତୁଳା: ଦିନଟି ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ରହିବେ। ଚାକିରିରେ ପ୍ରଶଂସା ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା।

ବିଛା: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ମହିଳାମାନେ ଚିନ୍ତାରେ ରହିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ସମସ୍ୟା ରହିବ। ଶିକ୍ଷାର୍ଥୀ ଆଳସ୍ୟ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍‌।

ଧନୁ: ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପ୍ରଶାସନିକ ଓ ରାଜନୀତିରେ ଧନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।

ମକର: ଦିନଟି କର୍ମତତ୍ପର ରହିବେ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ଘରକରଣା ମନୋବୃତ୍ତିରେ ରହିବେ, ପରିବହନ ଓ ବାଣିଜ୍ୟରେ ସଫଳତା ମିଳିବ, ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍‌।

କୁମ୍ଭ: ଦିନଟି ହର୍ଷୋଲ୍ଲାସରେ କଟିବ। ପ୍ରଶାସନିକ ଦାୟିତ୍ବବୋଧ ରହିବ। ମହିଳାମାନେ ପ୍ରସନ୍ନ ରହିବେ। ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ପାଇବେ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ-ସବୁଜ।

ମୀନ: କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ସାଂସରିକ ଋଣ ପ୍ରଭାବିତ ଓ ଅଭାବ ରହିବ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଉତ୍ତେଜନା ଭିତରେ ସମୟ କଟାଇବେ। ଶୁଭ ଅଙ୍କ- ୮ ଶୁଭ ରଙ୍ଗ- ବାଇଗଣୀ।

Leave A Reply

Your email address will not be published.