ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୭୭୯ ଜଣ କରୋନା ପଜିଟିଭ୍

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୬୧ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୫୪ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୨୫ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୫୬୫୪ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୨୫୯ ସଂକ୍ରମିତ ।

ଅନୁଗୁଳରୁ ୨୦ , ବାଲେଶ୍ୱରରୁ ୫୯ , ବରଗଡ଼ ୫ , ଭଦ୍ରକ ୧୫ , ବଲାଙ୍ଗୀର ୩ , ବୌଦ୍ଧ ୨ , କଟକ ୮୪ , ଦେବଗଡ଼ ୯ , ଢେଙ୍କାନାଳ ୯ , ଗଜପତି ୧ , ଗଞ୍ଜାମ ୮ , ଜଗତସିଂହପୁର ୩୧ , ଯାଜପୁର ୩୪ , ଝାରସୁଗୁଡ଼ା ୭ , କଳାହାଣ୍ଡି ୧ , କନ୍ଧମାଳ ୫ , କେନ୍ଦ୍ରାପଡ଼ା ୨୧ , କେନ୍ଦୁଝର ୧୫ , କୋରାପୁଟ ୩ , ମାଲକାନଗିରି ୬ , ମୟୂରଭଞ୍ଜ ୨୭ , ନବରଙ୍ଗପୁର , ନୟାଗଡ଼ ୧୮ , ନୂଆପଡ଼ା ୨ , ପୁରୀ ୩୯ , ରାୟଗଡ଼ା ୪ , ସମ୍ୱଲପୁର ୧୩ , ସୋନପୁର ୨ , ସୁନ୍ଦରଗଡ଼ ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a comment