ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନରୁ ଫେରିଲେ ଆଉ ୭୭ ଓଡ଼ିଆ ଛାତ୍ରଛାତ୍ରୀ, ଏୟାରପୋର୍ଟରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରୁ ଫେରିଲେ ଆଉ ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ଦିଲ୍ଲୀରୁ ସ୍ୱତନ୍ତ୍ର ଏୟାର ଏସିଆ ବିମାନ ଯୋଗେ ଛାତ୍ରଛାତ୍ରୀମାନେ ଆସି ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାକତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପିଲାମାନେ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ସେମାନଙ୍କୁ ସ୍ବାଗତ କରିଛନ୍ତି।

ଓଡ଼ିଶାରୁ ବହୁ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ। ସେଠାରେ ଯୁଦ୍ଧ ହେବାରୁ ସେମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି ।ଯାହାଫଳରେ ସେମାନେ ସେଠାରୁ ଫେରିଆସୁଛନ୍ତି । ଯୁଦ୍ଧ କାଳୀନ ପରିସ୍ଥିତିରେ ସେଠାରେ ଛାତ୍ରଛାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏହାପରେ ଭାରତ ସରକାର ଏବଂ ଓଡ଼ିିଶା ସରକାରଙ୍କ ସହାୟତାରେ ସେମାନେ  ସୁରକ୍ଷିତ ଭାବେ ୟୁକ୍ରେନରୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଛାତ୍ରଛାତ୍ରୀ ୟୁକ୍ରେନରୁ ଓଡ଼ିଶାକୁ ଫେରିଲେଣି। ଆଜି ଫେରିଥିବା ୭୭ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସେମାନଙ୍କୁ ସ୍ବାଗତ କରିବା ସହ ଆଗକୁ ସେମାନଙ୍କ ପାଠପଢା ପାଇଁ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରତଶୃତି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନ୍‌ରୁ ଅଧାରୁ ପାଠ ଛାଡ଼ି ଆସିଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ତୁରନ୍ତ ଏ ପ୍ରସଂଗକୁ ଗୁରୁତର ସହ ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ଏବଂ ମନ୍ତ୍ରାଳୟ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ପାଠ ପଢା କିପରି ଭାରତରେ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏହି ପ୍ରସଂଗରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

Leave A Reply

Your email address will not be published.