ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୭୦୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସର୍ବମୋଟ ୭୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ଅମୃତୁଲ ଠାରେ ଅନୁଷ୍ଠିତ ଶିବିରରୁ ୫୦୧ ୟୁନିଟ୍ ଏବଂ ଗୋବରା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଶିବିରରୁ ୧୭୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ଜିଲ୍ଲାରେ ସମୁଦାୟ ୬୭୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଆସିକା ସାଂସଦ ପ୍ରମିଳା ବିଶୋୟୀ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଜୀବନବିନ୍ଦୁ ଅଭିନନ୍ଦନପତ୍ର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମଣ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଆୟୋଜିତ ଏହି ଦୁଇଟି ଶିବିରକୁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ମହାରଣା ସଂଯୋଜନା କରିଥିଲେ ।

ସେହିପରି ସୁନ୍ଦରଗଡ଼ର ବୀରମମିତ୍ରପୁରରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ ହୋଇ ୨୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଜିଲ୍ଲା ସଂଯୋଜକ କୁନବିହାରି ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେମା ଏକ୍କା ଆୟୋଜନ କରିଥିଲେ ।

Leave A Reply

Your email address will not be published.