ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଚାୟତ ନିର୍ବାଚନ: ସରିଲା ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ, ୭୦ ପ୍ରତିଶତ ଭୋଟିଂ

ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ ହୋଇଥିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ହୋଇଛି ମତଦାନ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ଶେଷ ହେବା ସହ ଏବେ ଭୋଟ ଗଣତି ଉପରେ ସମସ୍ତଙ୍କର ନଜର ରହିବ । ଆସନ୍ତା ୨୬ ତାରିଖରୁ ୨୮ ତାରିଖ ଯାଏଁ ହେବ ଗଣତି ।

କିଛି ସ୍ଥାନରେ ଆଇନଶୃଙ୍ଖଳା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ପୋଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି ।

Leave A Reply

Your email address will not be published.