ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ ଜିଲ୍ଲା ସାବରଙ୍ଗରୁ ୭୦ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଆଜି ୨ ଯୁବକଙ୍କୁ ବ୍ରାଉନସୁଗର କାରବାର ଅଭିଯୋଗରେ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଭଦ୍ରକ ଚରମ୍ପା ପଥରାଡ଼ିର ଅଜୟ ଦାସ ଓ ଲାଞ୍ଜିପଲ୍ଲୀ ବ୍ରହ୍ମପୁରର ସତ୍ୟନାରାୟଣ ଆଚାର୍ଯ୍ୟ। ସେମାନଙ୍କ ଠାରୁ ୭୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଏଥି ସହ ୨ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରିଛି ସାବରଙ୍ଗ ପୋଲିସ । ଏ ନେଇ ଏକ ମାମଲା( ନମ୍ବର ୧୮୭/୨୧) ରୁଜୁ ହୋଇଛି। ବିଗତ କିଛି ଦିନ ହେବ ଏମାନେ ଧଳା ଜହର କାରବାର କରୁଥିଲେ । ଛୋଟ ଛୋଟ ପୁଡିଆ କରି ବ୍ୟବସାୟୀକୁ ବିକ୍ରି କରୁଥିଲେ । ଏନେଇ ସାବରଙ୍ଗ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଗତ ୫ ଦିନ ଅନୁସନ୍ଧାନ କରି ଗତ କାଲି ରାତିରେ ଏମାନଙ୍କୁ ବ୍ରାଉନ ସୁଗର ସହ ଠାବ କରିଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ସାବରଙ୍ଗ ଥାନାରେ ଅନୁଷ୍ଠିତ ହୋଇଥିଲା ଓ ଏସଡ଼ିପିଓ ସାର୍ଥକ ରାୟ, ସାବରଙ୍ଗ ଥାନା ଆଇଆଇସି ମନୋରମା ବାରିକ ପ୍ରମୁଖ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.