ହାତୀ ଭାଙ୍ଗିଦେଲା ଘର କାନ୍ଥ , ଚାପି ହୋଇ ୭ ବର୍ଷର ଶିଶୁ ପୁତ୍ର ମୃତ

ତେଲକୋଇ : କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ଧାନ ଅମଳ ଜୋରରେ ଚାଲିଛି।ତେଣୁ ଧାନ ଖାଇବାକୁ ବଣୁଆ ହାତୀପଲ ଜଙ୍ଗଲ ନିକଟସ୍ଥ ଗାଁ ମୁହାଁ ହେଉଛନ୍ତି। ଏହି କ୍ରମରେ ଶନିବାର ଭୋରରେ 9 ଟିକିଆ ହାତୀପଲ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରାଇସୁଆଁ ଝାତିକିପଶିକୁ ଆସିଥିଲେ। ସେଠାରେ ଧାନ ଖାଇବାକୁ ଆସି ରିତା ମହନ୍ତଙ୍କ ଘର ଭାଙ୍ଗିଥିଲେ।ଘରଭିତରେ ରିତା ତାଙ୍କ ପୁଅ ନାରାୟଣ ମହାନ୍ତ(7),ଝିଅ ସ୍ମୁତିରେଖା ମହନ୍ତଙ୍କ ସାଙ୍ଗରେ ଧରି ଶୋଇଥିଲେ।ହାତୀ କାଂଥ ଭାଗିବାରୁ ତାହା ସେମାନଙ୍କୁ ଚାପି ଦେଇଥିଲା। ଫଳରେ ସାତ ବର୍ଷ ର କୁନିପୁଅ ନାରାୟଣ ଗୁରୁତ୍ବର ଆହତ ହୋଇଥିଲେ।ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ସେଠାରୁ ହାତୀକୁ ଘଉଡ଼ାଇ ଦେବା ସହ ଆହତଙ୍କୁ କାମାକ୍ଷାନଗର ଡାକ୍ତରଖାନା କୁ ନିଆଯାଇଥିଲା।ସେଠାରେ ଡାକ୍ତର ଶିଶୁ ଟିକୁ ମୃତ ଘୋଷଣା କରିଛନ୍ତି।

Leave a comment