ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁନିଗୁଡା ପୋଲିସ ଦ୍ୱାରା ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ମୁନିଗୁଡା: ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ପୁଣି ମୁନିଗୁଡା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା l ଘଟଣାରୁ ପ୍ରକାଶ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରୁ ଟ୍ରକ,ଟ୍ରାକ୍ଟର,ଅଟୋ ସହ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ, ୬ ଜଣକୁ ଗିରଫ କରିବାରେ ସଫଳତା ହାସଲ କରିଛି ପୋଲିସ l

ବିଶେଷ ସୂତ୍ରରୁ ଖବର ପାଇ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଓ ଆଇଆଇସି ସୁଜ୍ଞାନୀ ସାହୁଙ୍କ ମିଳିତ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ମୁନିଗୁଡା ଥାନା ଅନ୍ତର୍ଗତ ମାଳିଢ଼େପାଗୁଡା ଗ୍ରାମ ନିକଟ ରେଳ ଲାଇନ ପାଖରେ ଏକ ୧୮ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବବେଳେ ପୋଲିସ ଟିମ ପହଞ୍ଚି ଟ୍ରକ(RJ 19 GD 8823) ସହ ଏଥିରେ ସମ୍ପୃକ୍ତ ଥିବା ଟ୍ରାକ୍ଟର (OD 18 H 4740) ଓ ଅଟୋ(OD 18 7971) ସହ ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲେ l ଥାନାରେ ଗଞ୍ଜେଇ ଓଜନ ପରେ ୩୯ଟି ବସ୍ତାରେ ୭ କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଥିବା ଏବଂ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଥିଲା l ଉକ୍ତ ଗଞେଇ ଚାଲାଣ ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି l ଉକ୍ତ ୬ ଜଣ ହେଲେ ମାଳିଢ଼େପଗୁଡ଼ାର କରୁଣା ହିଆଲ,ବୀରେନ୍ଦ୍ର ହିଆଲ, ଜିତେନ୍ଦ୍ର ହିଆଲ ଓ ମୁନିଗୁଡାର ବାବୁଲା ସେଠୀ ଏବଂ ଟ୍ରକ ମାଲିକ ନିମା ରାଓ ଓ ଡ୍ରାଇଭର ହେମା ରାଓ ବୋଲି ଜଣାପଡିଛି l

ତେବେ ଉକ୍ତ ଟ୍ରକଟି ଖଣିଜ ସମ୍ପଦ ଫେରୋ ନିକେଲ ବୋଝେଇ ହୋଇ ଅନ୍ଦ୍ରପ୍ରଦେଶର ବିଶାଖାପାଟଣାରୁ ରାଜସ୍ଥାନର ଆଜମେରକୁ ଯାଉଥିବା ବେଳେ ଉକ୍ତ ଗଞ୍ଜେଇ ରାଜସ୍ତାନକୁ ଯାଉଥିବା ସହ ଏନେଇ ମୁନିଗୁଡା ଥାନା କେଶ ନମ୍ବର 83/21 ରେ ମାମଲା ରୁଜୁ କରାଯାଇ ଗିରଫ ମାନଙ୍କୁ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ l ଏଥିସହ ଗିରଫ ମାନଙ୍କ ଠାରୁ ଅନେକ ଗୁମର ପୋଲିସ ଆଦାୟ କରି ଅଧିକ ତଦନ୍ତ କରି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ମାଫିଆ ମାନଙ୍କୁ ଆଗାମୀ ଦିନରେ ଗିରଫ କରିବ ବୋଲି ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l

Leave A Reply

Your email address will not be published.