ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାସ୍‍ ଟାଙ୍କିରୁ ବାହାରିଲା ୭ କିଲୋ ପାଣି

ବାଲିପାଟଣା : ସମୟ ପୂର୍ବରୁ ସରିଗଲା ଗ୍ୟାସ୍‍। ଗ୍ୟାସ୍‍ ଟାଙ୍କି ଖୋଲିବା ବେଳେ ଟାଙ୍କି କିନ୍ତୁ ଓଜନିଆ ଲାଗିଲା। ମାତ୍ର ଟାଙ୍କିରେ ଗ୍ୟାସ୍‍ ନ ଥିଲା। ଗ୍ୟାସ୍‍ ଟାଙ୍କିରୁ ପାଣି ର ଶବ୍ଦ ଶୁଣାଯିବାରୁ ହିତାଧିକାରୀଙ୍କ ମନରେ ସନ୍ଦେହ ହେଲା। ପରେ ଗ୍ୟାସ୍‍ ଟାଙ୍କିକୁ ଚେକ୍‍ କରିବା ପରେ ସେଥିରୁ ୭ କିଲୋଗ୍ରାମ୍‍ ପାଣି ବାହାରିଥିଲା। ଏଭଳି ଏକ ଘଟଣା ଘଟିଛି ବାଲିପାଟଣା ବ୍ଲକ ଦୋରବାଙ୍ଗ ଗ୍ରାମରେ। ସୂଚନା ଅନୁଯାୟୀ ଗ୍ରାମର ଦେବକି ନାୟକଙ୍କ କହିବାନୁଯାୟୀ ତାଙ୍କର ଭାରତ ଗ୍ୟାସ୍‍ର ସଂଯୋଗ ରହିଛି। ନୂଆସାହିର ଏଚ୍‍ପି ଗ୍ୟାସ୍‍ ଏଜେନ୍ସି ଠାରୁ ଗ୍ୟାସ୍‍ କିଣିଥିଲେ। ଦୁଇମାସ ଯାଉଥିବା ଗ୍ୟାସ୍‍ ମାତ୍ର ୧୮ ଦିନରେ ସରିଯାଇଥିଲା। ଚେକ୍‍ କରିବା ପରେ ଗ୍ୟାସ୍‍ ଟାଙ୍କିରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏ ନେଇ ଦେବକୀଙ୍କ ପୁତ୍ର ନୂଆସାହି ଗ୍ରାମରେ ଥିବା ସମ୍ପୃକ୍ତ ଏଚ୍‍ପିି ଗ୍ୟାସ୍‍ ଏଜେନ୍ସିକୁ ଅଭିଯୋଗ କରିବା ପରେ ଏଜେନ୍ସି ଏହି ଘଟଣାକୁ ସ୍ୱୀକାର କରିବା ସହ ତାଙ୍କ ପୁତ୍ରଙ୍କୁ ୩୫୦ ଟଙ୍କାରେ ଆଉ ଏକ ଗ୍ୟାସ୍‍ ଟାଙ୍କି ଦେଇଛନ୍ତି।

Leave A Reply

Your email address will not be published.