ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମିତିସଭ୍ୟା ସ୍ୱାମୀଙ୍କୁ ହତ୍ୟା ଘଟଣା: ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କେନ୍ଦୁଢିପି ପଞ୍ଚାୟତ ପୂର୍ବତନ ସମିତିସଭ୍ୟା ପୂଷ୍ପାଞ୍ଜଳୀ ବାଣ୍ଠଙ୍କ ସ୍ୱାମୀ ନକୁଳ ବାଣ୍ଠଙ୍କୁ ହତ୍ୟା ଘଟଣାରେ ଆଜି ଜିଲ୍ଲା ଜଜ୍ ରୁପଶ୍ରୀ ଚୈାଧୁରୀ ୭ ଜଣ ଅଭିଯୁକ୍ତକୁ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନେ ହେଲେ ଖଇରପଟି ଗାଁର ବସନ୍ତ ସିଠ, ଭଗବାନ ଦଳବେହେରା, ଶୁକଦେବ ରାଉତ, ପ୍ରକାଶ ପରିଡ଼ା, ଶେଷଦେବ ନାୟକ, ଶୁଭ୍ରାଶୁଂ ରାଉତ ଓ କେନ୍ଦୁଢିପି ଗ୍ରାମର ଧୃବଚରଣ ଜେନା ।

ସୂଚନା ଅନୁଯାୟୀ, ୨୦୧୬ ମସିହା ଫେବୃୟାରୀ ୧୩ ତାରିଖରେ ନକୁଳ ବାଇକ ଯୋଗେ ଗାଁକୁ ଫେରୁଥିବା ବେଳେ ତାଙ୍କ ଉପରେ କେସ୍ତପଡ଼ା ସ୍ମଶାନ ପାଖରେ ଅତର୍କିତ ଆକ୍ରମଣ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କୁ ଗହୀର ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ତାଙ୍କ ଆଖି ମଧ୍ୟ ତାଡ଼ି ଦେଇଥିଲେ । ଏହି ଆକ୍ରମଣରେ ନକୁଳଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନେକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା । ଏହି ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଜଜ୍ ଆଜି ୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଲେଖାଏଁ ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ବିଷ୍ଣୁପ୍ରସାଦ ମହାପାତ୍ର ପରିଚାଳନା କରୁଥିବା ଜଣାଯାଇଛି ।

Leave A Reply

Your email address will not be published.