ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନାଲରୁ ଅଖା ବସ୍ତାରେ ଗଳିତ ମୃତଦେହ ଉଦ୍ଧାର ଘଟଣା: କୋର୍ଟ ଚାଲାଣ ହେଲେ ୭ ହତ୍ୟାକାରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳର ସୁବର୍ଣ୍ଣରେଖା ମୁଖ୍ୟ କେନାଲରୁ ଅଖା ବସ୍ତାରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପୁଲିସ ପର୍ଦାଫାସ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାରିପଦା ଠାରେ ଏସଡିପିଓ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୧ତାରିଖରେ ଚାନ୍ଦୁଆ ଥାନା ଅନ୍ତର୍ଗତ ନୋଧ ବୋଣୀ ଗ୍ରାମ ପାଖ ସୁବର୍ଣ୍ଣରେଖା ମୁଖ୍ୟ କେନାଲର ବେତନଟୀ ଓ ଜମ୍ଭୀରା ଗେଟ୍ ୪ ନମ୍ବର ଗେଟ୍‌ରେ ଏକ ଧଳା ରଙ୍ଗର ମୁହଁ ବନ୍ଦ ଅଖା ଦୁଇ ତିନିଦିନ ହେବ ଭାସୁଥିବାର ଗ୍ରାମବାସୀମାନେ ରଖିଥିଲେ। ମାତ୍ର ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ଚାନ୍ଦୁଆ ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରିଣୀ କୁନି ବେଶ୍ରା ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଉକ୍ତ ବସ୍ତାଟିକୁ ଉପରକୁ ଆଣି ଖୋଲିଲା ବେଳକୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ତେବେ ସେପ୍ଟେମ୍ବର ୨୭ ତାରିଖରେ ମୃତକଙ୍କ ପରିବାର ଲୋକେ ଚାନ୍ଦୁଆ ଥାନାରେ ହଜି ଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ମୃତକ ଜଣକ କଥାବିଲା ଗ୍ରାମର ପାଣ୍ଡୁ ମୁଣ୍ଡା ବୋଲି ଜଣାପଡିଥିଲା। ଅନ୍ଧ ବିଶ୍ୱାସ ଓ ଗୁଣି ଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି। ଉକ୍ତ ଘଟଣାରେ ୭ ଜଣଙ୍କୁ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ସ୍ଥାନୀୟ ଗ୍ରାମର ଶଙ୍ଖ ମୁର୍ମୁ(୪୫), ଟିବୁ ଟୁଡୁ(୪୦), କୁନା ମୁର୍ମୁ(୩୦), ଘନ ମୁର୍ମୁ(୪୦), ବୃନ୍ଦାବନ ସୋରେନ(୪୫), ରଞ୍ଜନ ମୁର୍ମୁ(୬୦), ବସଲା ସୋରେନ(୪୫) ଅଟନ୍ତି। ମୃତକର ବେକରେ ଦୁଇଟି ଗାମୁଛାରେ ଫାଶ ଦେଇ ହତ୍ୟାକାଣ୍ଡ କରିଥିବା ନେଇ ହତ୍ୟାକାରୀମାନେ ସ୍ୱୀକାର କରିଛନ୍ତି।

Leave A Reply

Your email address will not be published.