ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୦୬ – ୦୯ – ୨୦୨୨ )

ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଯୋଗ ରହିଛି। ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ। ମହିଳାମାନେ ଆତ୍ମବିଶ୍ବାସ ସହ ଆଗକୁ ବଢ଼ିବେ। ପାରିବାରିକ ସାହାଯ୍ୟ ସହଯୋଗ ପାଇବେ।

ବୃଷ: ନୂତନ ନିେବଶ କରିବାରୁ ଦୂରେଇ ରୁହନ୍ତୁ। ପରିବାର ସହ ଆନନ୍ଦପୂର୍ଣ୍ଣ ଦିନ ଅତିବାହିତ କରିପାରନ୍ତି। ବ୍ୟବସାୟ ପ୍ରସାରିତ କରିବା ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରେ।

ମିଥୁନ: ବେରୋଜଗାରୀମାନଙ୍କୁ ରୋଜଗାରର ସୁଯୋଗ ମିଳିପାରେ। ଅତ୍ୟଧିକ କାମ କରି ମାନସିକ ଅବସାଦରେ ରହିପାରନ୍ତି। ନିଜ ସ୍ବାସ୍ଥ୍ୟ ପାଇଁ ଯତ୍ନଶୀଳ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।

କର୍କଟ: କୌଣସି ସ୍ଥାନରୁ ଶୁଭ ଖବର ପାଇ ଆନନ୍ଦିତ ହେବେ। ମହିଳାମାନେ ନିଜକୁ ହେୟ ମନେ କରିପାରନ୍ତି। ଛାତ୍ରଛାତ୍ରୀ କ୍ୟାରିୟକୁ ନେଇ ଚିନ୍ତିତ ରହିପାରନ୍ତି। ଆୟର ବିଭିନ୍ନ ମାର୍ଗ ବାହାରିବ।

ଏଥିସହିତ ପଢ଼ନ୍ତୁ

ସିଂହ: ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ବ୍ୟବସାୟ ପ୍ରସାର ପାଇଁ ନୂତନ ରାସ୍ତା ଖୋଜିବେ। ବାରମ୍ବାର ଚେଷ୍ଟା କରି ମଧ୍ୟ ଅସଫଳ ହେବେ। ଉଭୟ ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ।

କନ୍ୟା: ଆତ୍ମବିଶ୍ବାସ ଓ ସାହସିକତାର ସହ କାର୍ଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ଭାଗନେବେ। ସମସ୍ୟାର ସମାଧାନ ରାସ୍ତା ପାଇବେ। ପ୍ରତିଦ୍ବନ୍ଦ୍ବୀମାନେ ଦୂରେଇ ରହିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ତୁଳା: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିପାରନ୍ତି। ମାନସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମୀ ହେବେ। ଜୀବନସାଥୀଙ୍କ ସହ ବାଦବିବାଦ ଦେଖାଦେଇ ପାରେ।

ବିଛା: ଦିନଟି ହସଖୁସିରେ କଟିବ। ବରିଷ୍ଠ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତି ହୋଇପାରେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ନୂତନ ନିବେଶ କରି ଲାଭବାନ ହେବେ।

ଧନୁ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ସହକର୍ମୀଙ୍କ ସହଯୋଗ ପାଇବେ। ବିଭିନ୍ନ କ୍ଷେତ୍ରରୁ ଲାଭବାନ ହୋଇପାରନ୍ତି। ପରିବାରରେ ପ୍ରଶଂସା ପାଇବେ।

ମକର: କର୍ମକ୍ଷେତ୍ରରେ ସଫଳତା ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେଇପାରେ। ପ୍ରିୟଜନଙ୍କ ସହ ଯାତ୍ରାଯୋଗ ରହିଛି। କିଛି ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀଙ୍କ ସହ ସମ୍ପର୍କ ବିଗିଡ଼ି ଯାଇପାରେ।

କୁମ୍ଭ: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ପାରିବାରିକ ଜୀବନରେ ସୁଖସମୃଦ୍ଧି ଦେଖାଦେଇପାରେ। ସନ୍ତାନସନ୍ତତିଙ୍କ ସହ ସମୟ ଅତିବାହିତ କରିବେ। ଧର୍ମକର୍ମରେ ରୁଚି ବଢ଼ିବ।

ମୀନ: ଅଟକି ରହିଥିବା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଉଚ୍ଚପ୍ରଶଂସା ପାଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।

Leave A Reply

Your email address will not be published.