ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୬- ୦୬ – ୨୦୨୨ )

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେଇପାରେ।

ବୃଷ: ଦେହ ଓ ମନ ଭଲ ରହିବ। ଦରକାରୀ କାର୍ଯ୍ୟକୁ ପୂରଣ କରିବେ। ପରିବାର ସହଯୋଗରେ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ନିଜ ଦାୟିତ୍ବକୁ ସୂଚାରୁଭାବରେ ତୁଲାଇବେ।

ମିଥୁନ: ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ। ବନ୍ଧୁବାନ୍ଧବଙ୍କ ସହ ମତଭେଦ ଦେଖାଦେବ। ଅନ୍ୟ କଥାରେ ମୁଣ୍ତ ପୂରାନ୍ତୁ ନାହିଁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗ୍ରହ ଦେଖାଇବେ।

କର୍କଟ: ଆଧ୍ୟାତ୍ମିକ ଚିନ୍ତାରେ ଦିନଟି ଅତିବାହିତ କରିବେ। ନୂତନ ନିବେଶ କରି ଲାଭବାନ ହେବେ। ଜୀବନସାଥୀଙ୍କଠାରୁ ଆଶା ଅନୁଯାୟୀ ସହଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅତ୍ୟଧିକ କାର୍ଯ୍ୟ କରି ଅସୁସ୍ଥ ମନେ କରିବେ। ବାଦବିବାଦରେ ପଡ଼ିଯାଇ ପାରନ୍ତି। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ।

କନ୍ୟା: ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଉତ୍ସାହର ସହ ଦିନଟି କଟିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଭ୍ରମଣଯୋଗ ରହିଛି।

ତୁଳା: ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ପୂର୍ବକଥା ଭାବି ଚିନ୍ତାଗ୍ରସ୍ତ ହେବେ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଦାମ୍ପତ୍ୟ ଜୀବନରେ ବାଦବିବାଦ ସ୍ଥିତି ଉପୁଜିପାରେ।

ବିଛା: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲିକ୍ଷିତ ହେବ। ନିଜର ବ୍ୟବହାର ପାଇଁ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ଧନୁ: କୋର୍ଟକଚେରୀ ମାମଲାରେ ଦୂରଯାତ୍ରା କରିପାରନ୍ତି। ଧାର ଦେଇଥିବା ଧନ ଫେରିପାଇବେ। ଗୁରୁଜନଙ୍କ ସହ ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି।

ମକର:ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ବେରୋଜଗାରୀ ରୋଜଗାରକ୍ଷମ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

କୁମ୍ଭ: କୋର୍ଟକଚେରୀ ମାମଲାକୁ ନେଇ ଚିନ୍ତାରେ ରହିବେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ। ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ: ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣ ଯୋଗ ରହିଛି।

Leave A Reply

Your email address will not be published.