ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ତଳ ମୁହାଁ କରୋନା ସଂକ୍ରମଣ ଗ୍ରାଫ: ୨୪ ଘଣ୍ଟାରେ ୨୪୮୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା  ସଂକ୍ରମିତଙ୍କ ସଂଖ୍ଯା । ତଳ ମୁହାଁ ହୋଇଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ୨୪୮୭ ସଂକ୍ରମଣ ମାମଲା ଆସିଛି । କ୍ୱାରେଣ୍ଟାଇନରୁ ୧୪୨୮ଟି ମାମଲା ଆସିଥିବା ବେଳେ ୧୦୫୯ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । କଟକରୁ ସର୍ବାଧିକ ୪୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪୦୭ଟି ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୭, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୬୮, କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡ଼ାରୁ ୫, ପୁରୀରୁ ୧୫୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୨୬, ସୋନପୁରରୁ ୨୬, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬କୁ ବୃଦ୍ଧି ପାଇଛି । ୨୮ ହଜାର ୭୩୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୯୪ ହଜାର ୧୦୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.