ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୬ – ୦୧ – ୨୦୨୨ )

ମେଷ: ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଆଦରଣୀୟା ହେବେ। ଶିଳ୍ପ ଓ ବାଣିଜ୍ୟରେ ସଞ୍ଚୟ ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

ବୃଷ: ବିଭିନ୍ନ ଉପାୟରେ ଅର୍ଥାଗମ ହେବ। ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ସକ୍ରିୟ ରହିବେ ବା ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

ମିଥୁନ: ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟାରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ମହିଳାମାନେ ବିରକ୍ତିମନା ହେବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ।ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍‌।

କର୍କଟ:କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ସାଂସାରିକ ଦ୍ରବ୍ୟହାନି ହୋଇପାରେ। ରାଜନୀତିରେ ସମସ୍ୟା ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍ଗ-୨,ଶୁଭ ରଙ୍ଗ-ଧଳା।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ସୁଖ ସମୃଦ୍ଧି ଭିତରେ କଟିବ। ମହିଳାମାନେ ଆଦରଣୀୟା ହେବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଶିଳ୍ପ ବାଣିଜ୍ୟରେ ଉତ୍ସାହଜନକ ଫଳ ମିଳିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କନ୍ୟା: ସବୁରି କାର୍ଯ୍ୟରେ ଆଗେଇ ଚାଲିବେ। ସାଂସାରିକ ପରିଶ୍ରମୀ ହେବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ- ସିଲଭର୍‌।

ତୁଳା: ନୂତନ ଯୋଜନା ଫଳପ୍ରସୂ ହୋଇପାରେ । ଚାକିରିରେ ନିଷ୍ଠା ରହିବ। ମହିଳାମାନେ ପ୍ରଶଂସିତ ହେବେ। ବାଣିଜ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀ ଅଜ୍ଞାଧୀନ ରହିବେ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ।

ବିଛା: ଦିନଟି ଅଯଥା ଝମେଲାରେ ଫସିଯାଇପାରନ୍ତି। ଚାକିରିରେ କାର୍ଯ୍ୟ ବହୁଳ ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ହେବେ। ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି।

ଧନୁ: ସମାଜରେ ଉଚ୍ଚ ସମ୍ମାନ ପାଇବେ। ଚାକିରିରେ ନିଷ୍ଠାପର ରହିବେ। ଭ୍ରାତୃଭଗ୍ନୀଙ୍କର ସହଯୋଗ ପାଇବେ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

ମକର: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ଯୋଗ ରହିଛି। ମହିଳାମାନେ କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା।

କୁମ୍ଭ: ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ମୀନ: ବ୍ୟୟ ବହୁଳତା କାରଣରୁ ଅଭାବ ଦେଖାଦେବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ଦେଖାଦେବ। ଚାକିରିରେ ଚାପ ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ। ଶୁଭଅଙ୍କ- ୨, ଶୁଭ ରଙ୍ଗ- ଧଳା।

Leave A Reply

Your email address will not be published.