ସୋମବାର ରାଶିଫଳ ( ୬- ୧୨- ୨୦୨୧ )

ମେଷ: ଧର୍ମାଦି କାର୍ଯ୍ୟରେ ମନ ରହିବ। ପଦୋନ୍ନତି ହୋଇପାରେ। ରାଜନୀତିରେ ସମ୍ମାନ ପାଇବେ। ପ୍ରଶାସନିକ ତତ୍ପର ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ। ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

ବୃଷ: ଦିନଟି କଳହ ଓ ଅଶାନ୍ତି ଦେଖାଦେବ । ରାଜନୀତିରେ ବିଷମ ପରିସ୍ଥିତି ରହିବ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ଧଳା

ଏଥିସହିତ ପଢ଼ନ୍ତୁ

ମିଥୁନ : କୌଣସି ବଡ଼ ଧରଣର କାର୍ଯ୍ୟ କୁ ତୁଳାଇ ଆଶ୍ବସ୍ତି ହେବେ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କର୍କଟ: କର୍ମକ୍ଷେତ୍ରରେ ଦୃଢ଼ମନା ରହିବେ। ରାଜନୀତିରେ ଶତ୍ରୁଜୟୀ ହେବେ। ଚାକିରିରେ ନିଷ୍ଠାପର ରହିବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ – କ୍ରିମ୍

ସିଂହ : ଗୁରୁଜନଙ୍କ ସହଯୋଗ ପାଇ ଆଗେଇବେ। ମହିଳାମାନେ କର୍ମତତ୍ପ ରହିବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ ଶୁଭ ଅଙ୍କ –୯, ଶୁଭ ରଙ୍ଗ – କମଳା

କନ୍ୟା: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ। ଚାକିରିରେ ସ୍ଥାନାନ୍ତର ହୋଇପାରେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ –୬, ଶୁଭ ରଙ୍ଗ – ସିଲ୍‌ଭର୍

ତୁଳା: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ଭ୍ରାତୃଭଗ୍ନୀଙ୍କର ସହଯୋଗ ମିଳିବ। ରାଜନୀତିରେ ବ୍ୟସ୍ତ ରହିବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ବିଛା: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ଅନୁଶାସନ ଭିତରେ ରହିବେ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶୁଭ ଅଙ୍କ –୭, ଶୁଭ ରଙ୍ଗ – କପି

ଧନୁ : ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ଚାକିରିରେ ସହଯୋଗ ମିଳିବ। ମହିଳାମାନେ ସୁଖୀ ରହିବେ ଶିଳ୍ପ ଓ ବାଣିଜ୍ୟ ସନ୍ତୋଷଜନକ ରହିବ । ଶିକ୍ଷାର୍ଥୀ ସଫଳତା ପାଇବେ ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ମକର : କାର୍ଯ୍ୟ ବିଳମ୍ବ ଓ ମନସ୍ତାପ ଦେଖାଦେବ | ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ଚାକିରିରେ ସମସ୍ୟା ରହିବ। ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡିବେ ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

କୁମ୍ଭ: ବୁଦ୍ଧିମତାର ସହ କାର୍ଯ୍ୟ ହାସଲ କରିବେ । ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଉନ୍ନତି ହେବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ମୀନ: କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ପ୍ରଶାସନିକ ରହିବେ । ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ —ଧଳା

Leave a comment