‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନିତ ଫିଲ୍ମ ‘ଛିଛୋରେ’କୁ ପୁରସ୍କୃତ କରାଯାଇଛି। ସେହିପରି ‘ମଣିକର୍ଣ୍ଣିକା’ ପାଇଁ  କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ଭୋଁସଲେଁ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଓ ଅସୁରନ୍ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

ସୋମବାର ଅପରାହ୍ନ ସମୟରେ ୬୭ ତମ ନ୍ୟାସନାଲ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି। ନ୍ୟାସନାଲ ମିଡ଼ିଆ ସେଣ୍ଟରରେ ଏହି ପୁରସ୍କାର ଘୋଷଣା ହୋଇଛି। ପିଆଇବି ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛି।

 

କରୋନା ପାଇଁ  ଏଥର ବିଳମ୍ବରେ ପୁରସ୍କାର ଘୋଷଣା କରାଯାଇଛି। ଚଳିତ ବର୍ଷ ଜାତୀୟ ପୁରସ୍କାର ପାଇଁ ମୋଟ ୪୬୧ ଟି ଫିଚର ଫିଲ୍ମକୁ ସର୍ଟଲିଷ୍ଟ କରାଯାଇଥିଲା।

ସର୍ବୋତ୍ତମ ଫିଚର୍ ଫିଲ୍ମ – Marakkar Arabikkadalinte Simham (ମାଲୟାଲମ୍)
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ପାଲ୍ଲାଭି ଯୋଶୀ


ଶ୍ରେଷ୍ଠ ସ୍କ୍ରିନ୍ ପ୍ଲେ (ସଂଳାପ ଲେଖକ) – ବିବେକ ରଂଜନ ଅଗ୍ନିହୋତ୍ରୀ, ତାସକେଣ୍ଟ ଫାଇଲ୍ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ତାଙ୍କୁ ମିଳିଛି।

 

ବେଷ୍ଟ୍ ପ୍ଲେବ୍ୟାକ୍ ସିଙ୍ଗର- ବି. ପ୍ରାକ,  କେଶରୀ ଚଳଚ୍ଚିତ୍ରର ତେରି ମିଟି…. ଗୀତ ପାଇଁ

Leave a comment