bitcoin
Bitcoin (BTC) 2,352,689.85 2.35%
ethereum
Ethereum (ETH) 158,413.00 2.66%
tether
Tether (USDT) 77.82 0.08%
bnb
BNB (BNB) 24,954.87 2.00%
usd-coin
USD Coin (USDC) 77.97 0.06%
xrp
XRP (XRP) 32.83 1.82%
binance-usd
Binance USD (BUSD) 77.97 0.09%
cardano
Cardano (ADA) 42.13 2.29%
solana
Solana (SOL) 4,074.58 3.71%
dogecoin
Dogecoin (DOGE) 6.71 1.48%

ରାୟଗଡାର ୨ଟି ହଷ୍ଟେଲରେ ୬୪ ପିଲାଙ୍କୁ କରୋନା

ରାୟଗଡା: ରାୟଗଡ଼ା ଜିଲ୍ଲାର ୨ଟି ସ୍ଥାନରୁ ୬୪ଜଣ ପିଲାଙ୍କୁ କରୋନା । ରାୟଗଡା କୋଟଲାଗୁଡ଼ା ସ୍ଥିତ ଏକ ହଷ୍ଟେଲର ୪୪ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ବେଳେ ହାଟମୁନିଗୁଡ଼ା ସରକାରୀ ବିଦ୍ୟାଳୟର ୨୦ ଜଣ ପିଲା କରୋନା ଆକ୍ରାନ୍ତ ହୋଇଛନ୍ତି । ଏକାଥରେ ବର୍ତ୍ତମାନ ଜିଲ୍ଲାରେ ୬୪ଜଣ ଏକାଥରକେ ପଜିଟିଭ ବାହାରିଛନ୍ତି।  ତେବେ ଛାତ୍ରଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସମସ୍ତ ଛାତ୍ର ସୁସ୍ଥ ଅଛନ୍ତି ।

ଖବର ପାଇ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଆଜି କାେଟଲାଗୁଡା ହଷ୍ଟେଲରେ ପଂହଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ୪ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଆରଆରଟି RRT ଟିମ ପକ୍ଷରୁ ବ୍ଳକ -1 ହଷ୍ଟେଲ ରହୁଥିବା ୨୫୭ଜଣ ପିଲାଙ୍କ rtpcr ଟେଷ୍ଟ କରାଯାଇଥିଲା । ଏଥିରେ ୪୪ଜଣ ଛାତ୍ରଙ୍କ ନମୂନା ପଜିଟିଭ ହୋଇଥିବା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ହଷ୍ଟେଲ କର୍ତ୍ତୁପକ୍ଷ ପକ୍ଷରୁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି , ରାୟଗଡାର ୮ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏହି ହଷ୍ଟେଲରେ ରହୁଥିବା ଅନ୍ତେଵାସୀମାନେ ରହି ଅଧ୍ଯୟନ କରୁଛନ୍ତି ।ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ୨୦ଜଣ ଛାତ୍ର ପଜିଟିଭ ବାହାରିଥିବା ଜଣାପଡିଛି ।

Leave a comment