ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ପଡ଼ି ୬୩ ବର୍ଷର ବୃଦ୍ଧ ମୃତ

ଭଦ୍ରକ : ଚାନ୍ଦବାଲି ବ୍ଳକ ବଡ଼ଓସ୍ତିଆ ପଂଚାୟତ କିମିରପଡା ଗ୍ରାମରେ ପୋଖରୀରେ ପଡ଼ି ଜଣେ ୬୩ ବର୍ଷର ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ୍ ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ବଡ଼ଓସ୍ତିଆ ପଞ୍ଚାୟତ କିମିରପଡା ଗ୍ରାମର ବାନାମ୍ବର ଦାସ। ଆଜି ସକାଳେ ବୃଦ୍ଧ ଜଣକ ଘର ପାଖରେ ଥିବା ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। କୌଣସି କାରଣରୁ ସେ ପୋଖରୀରେ ପଡିଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ପୋଖରୀ ମଧ୍ୟରୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏଥିନେଇ ମେଡ଼ିକାଲ ପରିସରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.