ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନର ମିଜାଇଲ୍ ମାଡରେ ୬୩ ରୁଷୀୟ ଯବାନ ମୃତ, ଅନେକ ଆହତ

ୟୁକ୍ରେନ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତାର ୧୧ମାସ ହେବ ଜାରି ରହିଥିବା ରୁଷ ୟୁକ୍ରେନ୍ ଯୁଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ରୁଷ ଲଗାତାର ୟୁକ୍ରେନ୍ ଉପରେ ମିଜାଇଲ୍ ତୋପ ମାଡ କରୁଥିବା ବେଳେ ଏହାର ପ୍ରତିଜଵାବ ଦେଉଛି ୟୁକ୍ରେନ୍ । ରୁଷ ସେନା ଉପରେ ୟୁକ୍ରେନ୍ ପ୍ରତି ଆକ୍ରମଣ କରୁଛି । ରୁଷୀୟ ଯବାନଙ୍କ ଉପରେ ଭାରି ପଡୁଛି ୟୁକ୍ରେନକୁ ଆମେରିକା ଦେଇଥିବା ମିଜାଇଲ୍ । ଏହି ଅସ୍ତ୍ର ସାହାଯ୍ୟରେ ୟୁକ୍ରେନ୍ ସେନା ରୁଷ ସେନା ଉପରେ ଘାତକ ଆକ୍ରମଣ କରିଛି । ଯେଉଁଥିରେ ରୁଷର ପାଖାପାଖି ୬୩ ସୈନିକ ମୃତ୍ୟୁବରଣ କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ଅନୁସାରେ, ୟୁକ୍ରେନର ଏକ ସହର ମକିଭାକ୍ ରୁଷର କବ୍ଚାରେ ରହିଛି । ସେଠାରେ ରୁଷ ସେନା ଏକ ସେନା ବେସ୍ ନିର୍ମାଣ କରିଥିଲା । ଆଉ ଏହି ସେନା ବେସ୍ ଉପରେ ଗତ ସୋମବାର ୟୁକ୍ରେନ୍ ମିଜାଇଲ୍ ମାଡ କରିଛି । ଯେଉଁଥିରେ ୟୁକ୍ରେନର ୬୩ ଯବାନ ପ୍ରାଣ ହରାଇଛନ୍ତି । ଏହି ଘଟଣା ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୟୁକ୍ରେନ୍ ସେନା ପକ୍ଷରୁ ଋଷର ଅସ୍ଥାୟୀ ସେନା କ୍ୟାମ୍ପ ଉପରେ ମିଜାଇଲ୍ ଆଟାକ୍ କରାଯାଇଛି । ଏହି ଆକ୍ରମଣରେ ଋଷର ୬୩ଯବାନଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଆକ୍ରମଣରେ କେତେ ଯବାନ ପ୍ରାଣ ହରାଇଛନ୍ତି ତାହା ସଠିର୍ ଭାବେ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣରେ ରୁଷର ପାଖାପାଖି ୪୦୦ ଯବାନ ପ୍ରାଣ ହରାଇଥିବା ୟୁକ୍ରେନ୍ ଦାବି କରିଛି । ଆକ୍ରମଣରେ ବ୍ୟବହାର ହୋଇଥିବା ଅସ୍ତ୍ରଟି ହେଉଛି ‘ଏମ୍.ଏଲ୍.ଆର୍.ଏସ୍ ହିମରସ୍’ । ଏହି ଅସ୍ତ୍ର ଆମେରିକା ୟୁକ୍ରେନକୁ ପ୍ରଦାନ କରିଥିବା ଜଣାପଡିଛି ।

Leave A Reply

Your email address will not be published.