ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୬୦ଗ୍ରାମ ବ୍ରାଉନ ସୁଗର ସହ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଅବକାରୀ ବିଭାଗ ପକ୍ଷରୁ ଗୋପ ବଜାରରେ ଚଢାଉ କରଯାଇଥିଲା। ଚଢାଉ ବେଳେ ଅଭିୁଯୁକ୍ତ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ସହ ଏକ ପଲସର ବାଇକ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତ ନିଶା ବପାରୀ ଜଣକ ହେଲେ ଭରତ ଭୋଇ(୨୯) । ଘର ନିମାପଡା ଥାନା ଅଧୀନ ଦିଘାଳୋ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ସଦର ଅବକାରୀ ରେଞ୍ଜ ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବିଶ୍ୱସ୍ଥ ସୁତ୍ରରୁ ଖବରପାଇ ଗୋପ ବଜାରରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଭିୁକ୍ତ ଭରତ ଭୋଇ ନିକଟରୁ ୬୦ଗ୍ରାମ ବ୍ରାଉନ ସୁଗର ଏବଂ ଏକ ପଲସର ବାଇକ୍ ଜବତ କରିଛି ଅବକାରୀ ବିଭାଗ। ଜବତ ବ୍ରାଉନ ସୁଗରର ବଜାର ମୂଲ୍ୟ ୬୦ହଜାର ଟଙ୍କା ହେବ ବୋଲି ଆକଳନ କରଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଭିୁଯୁକ୍ତ ବିରୋଧରେ ଏନଡିପିଏସ ଆକ୍ଟ ଅନୁାୟୀ କେଶ ନଂ ୧୧/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.