ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀ ପାର ହେବା ସମୟରେ ସ୍ରୋତରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ

ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ କାଠପଡା ପଂଚାୟତ ଗଞ୍ଜିଆଗୁଡା ଗାଁରେ ଅଘଟଣ l ନଦୀ ପାର ହେବା ସମୟରେ ନଦୀରେ ଭାସି ୬୦ ବର୍ଷୀୟ ବୃଦ୍ଧା ମୃତ l ସୂଚନା ଅନୁଯାୟୀ, କାଠପଡା ପଂଚାୟତ ଗଞ୍ଜିଆଗୁଡା ଗ୍ରାମର ଲକି ସାଆନ୍ତାଙ୍କ ସ୍ତ୍ରୀ କହେଁଇ ସନ୍ତା ଗାଁ ପାଖ କେନ୍ଦୁପୁଟ ଗାଁକୁ ଯାଇଥିଲେ l କେନ୍ଦୁପୁଟ ଗାଁକୁ ଯିବା ପାଇଁ ମାଙ୍କଡ଼ଯୋଡି ନଦୀ ପାର ହୋଇ ଯିବାକୁ ପଡିଥାଏ l ମାତ୍ର କେନ୍ଦୁପୁଟ ଗାଁକୁ ଯିବାପାଇଁ ଘରୁ ବାହାରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରି ନ ଥିଲେ କହେଁଇ l ତେଣୁ ସକାଳେ ପରିବାର ବର୍ଗ ଖୋଜା ଖୋଜି କରିବାବେଳେ ମାଙ୍କଡ଼ଯୋଡି ନଦୀରେ କହେଁଇଙ୍କ ଶବ ଭାସୁଥିବା ଦେଖିଥିଲେ l ନଦୀ ପାର ହେବା ସମୟରେ ମାଙ୍କଡ଼ଯୋଡି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ଏନେଇ କହେଁଇଙ୍କ ପୁଅ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିବାପରେ ବୈପାରୀଗୁଡା ପୋଲିସ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି l

Leave A Reply

Your email address will not be published.