ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ ବିଭାଗ ଏବଂ ପୋଲିସର ଚଢଉ, ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମାଟୁପାଲି ଏବଂ କୁଡାପଡା ଜଂଗଲରେ ରବିବାର ଦିନ ଜିଲ୍ଲା ଅବକାରୀ ବିଭାଗ ଏବଂ ଉଲୁଣ୍ଡା ପୋଲିସ ଚଢଉ କରି ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହିତ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଜବତ କରିଛି। ସୂଚନା ମୁତାବକ ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବେଆଇନ ରନ୍ଧା ମଦ କାରାବାର ବଢିବାରେ ଲାଗିଥିବାରୁ ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଟୁପାଲି ଜଂଗଲ ଏବଂ କୁଡାପଡା ଜଂଗଲରେ ଚଢଉ କରାଯାଇଥିଲା। ଉକ୍ତ ଚଢଉରେ ୬ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ କରାଯିବା ସହ ମଦ ରନ୍ଧାରେ ବ୍ଯବହ୍ରୁତ ସାମଗ୍ରୀ ଯବତ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.