ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ବିଏମସିର ୱାର୍ଡ ସଂରକ୍ଷଣ ତାଲିକା: ବଢ଼ିଲାନି ଓ୍ୱାର୍ଡ ସଂଖ୍ୟା, ସାମିଲ ହେଲା ୬ଟି ପଞ୍ଚାୟତ

ଭୁବନେଶ୍ୱର: ଆଗକୁ ଆସୁଛି କର୍ପୋରଟର ନିର୍ବାଚନ। ଏହା ପୂର୍ବରୁ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ଚୂଡାନ୍ତ ପ୍ରକାଶ ପାଇଛି। ଭୁବନେଶ୍ୱରରେ ଓ୍ୱାର୍ଡ ସଖ୍ୟା ବଢ଼ିବ କି ନାହିଁ ସେନେଇ ଏକ ତାଲିକା ପ୍ରକାଶ ପାକିଛି। ନଗର ଉନ୍ନୟନ ବିଭାଗକୁ ତାଲିକା ପ୍ରଦାନ କଲା ବିଏମସି। ତେବେ ୨୦୧୧ଜନସଂଖ୍ୟ ଅନୁସାରେ ହେବ ନିର୍ବାଚନ। ବଢ଼ିବନି ବିଏମସିର ୱାର୍ଡ ସଂଖ୍ୟା। ପୂର୍ବଭଳି ୬୭ରେ ସୀମିତ ରହିବ ବିଏମସିର ୱାର୍ଡ ସଂଖ୍ୟା। ତେବେ ପୂର୍ବରୁ ଅନୁମାନ କରାଯାଉଥିଲା କି ଭୁବନେଶ୍ୱରରେ ଓ୍ୱାର୍ଡ ସଂଖ୍ୟା ବଢ଼ିବ ବୋଲି। କିନ୍ତୁ ବଢ଼ିନାହିଁ ଓ୍ୱାର୍ଡ ସଂଖ୍ୟା। ସେପଟେ ବିଏମସିରେ ସାମିଲ ହେବ ଆହୁରି ୬ଟି ପଞ୍ଚାୟତ। ସେଗୁଡିକ ହେଲା କଳାରାହଙ୍ଗ, ସୁବୁଦ୍ଧିପୁର, ପାତ୍ରପଡା, ଶଙ୍କରପୁର, ଭଗବାନପୁର ଓ ପାଇକରାୟପୁର ପଞ୍ଚାୟତ। ଏହି ସବୁ ପଞ୍ଚାୟତରେ ଆଗକୁ ହେବନାହିଁ ପଞ୍ଚାୟତ ନିର୍ବାଚନ। ତେବେ ବିଏମସିର ମୋଟ ୬୭ଟି ୱାର୍ଡ ମଧ୍ୟରୁ ୬ଟି ୱାର୍ଡରେ SC, ୩ଟି ୱାର୍ଡରେ ST , ୧୮ଟି ୱାର୍ଡରେ OBC , ୨୦ଟି ୱାର୍ଡ ମହିଳା ଏବଂ ଅବଶିଷ୍ଟ ୨୦ଟି ୱାର୍ଡ ଅଣସଂରକ୍ଷିତ ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.