ମାରଣାସ୍ତ୍ର ଦେଖାଇ ନଗଦ ୭ ଲକ୍ଷ ଟଙ୍କା ସମେତ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ୬ ଦୁର୍ବୁତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ୬ ଜଣ ଦୁର୍ବୁତ୍ତ । ଗତ କାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ଘରର ସିଡ଼ିରେ ଆସି ପ୍ରଥମେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ କରିଥିଲେ। ଏହି ଲୁଟ ସମୟରେ ବ୍ୟବସାୟୀ ବିନୟ ସାହୁ ଘରେ ନ ଥିଲେ। ଘରର ସମସ୍ତ ଆସବାବପତ୍ର, ଲକର ଖୋଲି ଟଙ୍କା, ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ ଦୁର୍ବୃତ୍ତ। ପରଜଙ୍ଗ ଥାନାରେ ଏ ନେଇ ଅଭିଯୋଗ ପରେ ଜିଲ୍ଲା ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡର ଜାରିଆରେ ତଦନ୍ତ ଆରମ୍ଭ କରିଛି।

Leave a comment