ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟ

ବାଲୁଗାଁ : ସ୍ପଷ୍ଟ ଦିବା ଲୋକରେ ବିଦ୍ୟୁତ କର୍ମଚାରୀ ଙ୍କ ଠାରୁ ବନ୍ଧୁକ ମୁନରେ ଝାମ୍ପି ନେଲେ 6 ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ । ଲୁଟ୍ର ଶିକାର ହୋଇଛନ୍ତି ବାଣପୁର-୧ ବିଦ୍ୟୁତ୍ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ । ଖୋର୍ଦ୍ଧା ବାଣପୁରରେ ବିଦ୍ୟୁତ ବିଭାଗ ସୁପରଭାଇଜର ସଂଜିତ ପ୍ରଧାନଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୬ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କା । ବ୍ୟାଙ୍କ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଗୋଟିଏ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ହଠାତ ବନ୍ଧୁକ ଦେଖାଇ ତାଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲୁଟ୍ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ୨ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।