ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ: ୬ମୃତ, ୧୨ ଗୁରୁତର

ଭୋପାଳ : ମଧ୍ୟପ୍ରଦେଶର ରତଲାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଷ୍ଟାଣ୍ଡରେ ବସ୍ ଅପେକ୍ଷାରେ ଥିବା ଯାତ୍ରୀଙ୍କ ଉପରେ ଟ୍ରକ ଚଢିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଘଟଣା ରତଲାମ-ଲେବାଡ ରାସ୍ତାରେ ରତଲାମଠୁ ୩୫ କିମି ଦୂର ସତ୍ରୁନ୍ଦା ଗାଁରେ ଘଟିଛି।

ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଟ୍ରକଟି ଦ୍ରୁତ ଗତିରେ ଯାଉଥିବାବେଳେ ତାହାର ଚକା ଫାଟିଯିବାରୁ ଟ୍ରକଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ଓ ଲୋକମାନଙ୍କୁ ମାଡ଼ିଯାଇଥିଲା । ଏହା ଜନଗହଳି ଥିବା ସ୍ଥାନରେ ମାଡ଼ିଯିବାରୁ ଏତେ ସଂଖ୍ୟକ ମୃତାହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave a comment