ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୦୫ – ୦୯ – ୨୦୨୨ )

ମେଷ: ଅଯଥା କାର୍ଯ୍ୟରେ ମନୋନିବେଶ କରନ୍ତୁ ନାହିଁ। ଅଚାନକ ଧନଲାଭ ଯୋଗ ରହିଛି। କାର୍ଯ୍ୟରେ ହେଳା କରି ଅପଦସ୍ତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ମତଭେଦ ଦେଖାଦେଇ ପାରେ।

ବୃଷ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ। ଆଧ୍ୟାତ୍ମିକ ଚିନ୍ତାରେ ଦିନଟି କଟିବ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ।

ମିଥୁନ:ଆତ୍ମବିଶ୍ବାସର ସହ କାର୍ଯ୍ୟ କରନ୍ତୁ। ଗୁରୁଜନଙ୍କ ଅାଶୀର୍ବାଦ ରହିବ। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ। ନକାରାତ୍ମକ ଚିନ୍ତାଧାରା ଯୋଗଁୁ ଅବସାଦରେ ରହିବେ।

କର୍କଟ: ପରିସ୍ଥିତି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ବ୍ୟସ୍ତବିବ୍ରତ ରହିବେ। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବ। ଅଯଥା କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ବ୍ୟସ୍ତତା ଭିତରେ କଟିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ଅନଟନ ଦେଖାଦେବ। ଜୀବନସାଥୀଙ୍କ ସହ ନିବିଡ଼ତା ବଢ଼ିବ।

କନ୍ୟା: ଅସମ୍ଭବ କାର୍ଯ୍ୟକୁ କରି ଦେଖାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ। ଆର୍ଥିକ ସ୍ଥତି ସୁଦୃଢ଼ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଧର୍ମକାର୍ଯ୍ୟରେ ରୁଚି ବଢ଼ିବ।

ତୁଳା: ଯାତ୍ରା କରି ଥକ୍କା ଅନୁଭବ କରିବେ। କୌଣସି କ୍ଷେତ୍ରରୁ ଲାଭବାନ ହେବେ। ଉଚ୍ଚଅଧିକାରୀଙ୍କ ସହ ମିଳାମିଶା ବଢ଼ିବ। ଗୁରୁଜନ ଅଶାନ୍ତି ପ୍ରକାଶ କରିବେ।

ବିଛା: ସାମାଜିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ପୁରଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାର ବର୍ଗଙ୍କ ସହ ଭ୍ରମଣ ଯୋଗ ରହିଛି।

ଧନୁ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। କର୍ମକ୍ଷେତ୍ରରେ କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଅନ୍ୟର ଦୁଃଖରେ ଦୁଃଖୀ ହେବେ। ପୂର୍ବରୁ କରିଥିବା ନିବେଶରୁ ଲାଭବାନ ହେବେ।

ମକର: ଅନୁଭବୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପୁରୁଣା କଥାକୁ ଚିନ୍ତା କରି କଷ୍ଟ ପାଇବେ। ପାରିବାରିକ ସମ୍ପର୍କ ମଜଭୁତ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ସମୟର ସଦୁପଯୋଗ କରନ୍ତୁ।

କୁମ୍ଭ: ପ୍ରଗତି କ୍ଷେତ୍ରରେ ଅଗ୍ରସର ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇ ପାରେ। ନୂତନ ନିବେଶରୁ ନିବୃତ୍ତ ରୁହନ୍ତୁ।

ମୀନ: ନିଜ ଲକ୍ଷ୍ୟକୁ ସାଧନ କରିବେ। ପାରିବାରିକ ସମସ୍ୟାରେ ଫସି ରହିବେ। ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ଆୟ ବଢ଼ିବାର ସୁଯୋଗ ରହିଛି। ଧାର୍ମିକସ୍ଥଳୀ ପରିଭ୍ରମଣରେ ଯାଇପାରନ୍ତି।

Leave A Reply

Your email address will not be published.