ଗୁରୁବାର ରାଶିଫଳ ( ୦୫ – ୦୧ – ୨୦୨୩ )

ମେଷ: ଦିନଟି ମଧ୍ୟମ ଧରଣର ରହିବ। ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଭାବିଚିନ୍ତି ଉତ୍ତର ଦିଅନ୍ତୁ। ସହକର୍ମୀଙ୍କ ସହଯୋଗ ପାଇବେ। ଚିନ୍ତିତ ରହିପାରନ୍ତି। ଅର୍ଥନୈତିକ କାରବାରେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଭାବିଚିନ୍ତି ନିଷ୍ପତ୍ତି ନିୟନ୍ତୁ। କ୍ୟାରିୟରରେ ସଫଳତା ହାସଲ କରିବେ। ବନ୍ଧୁବାନ୍ଧଙ୍କଠାରୁ ଆର୍ଥିକ ସହାୟତା ପାଇବେ। ପରିବାର ସହ ଧାର୍ମିକସ୍ଥଳୀକୁ ଯାଇପାରନ୍ତି।

ଏଥିସହିତ ପଢ଼ନ୍ତୁ

ମିଥୁନ:ସୃଜନଶୀଳତାର ପରିଚୟ ଦେଇ ଲୋକପ୍ରିୟତା ହାସଲ କରିବେ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଆର୍ଥିକସ୍ଥିତି ମଜଭୁତ ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବଶ କରିବେ।

କର୍କଟ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିବ। ନୂତନ ସମ୍ପର୍କ ସ୍ଥାପନ କରିବେ। କର୍ମକ୍ଷେତ୍ରରେ ଧ୍ୟାନର ସହ କାର୍ଯ୍ୟ କରନ୍ତୁ। ପରିବାର ସଦସ୍ୟଙ୍କୁ ଖୁସି କରିବା ପାଇଁ ପରିଶ୍ରମୀ ହେବେ।

ସିଂହ: କଠିନ ପରିଶ୍ରମ କରି ଥକ୍କା ଅନୁଭବ କରିବେ। ନୂତନ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। କ୍ୟାରିୟରରେ ସଫଳତା ପାଇବେ। ବ୍ୟବସାୟର ବିକାଶ ହେବ। ପରିବାରରେ ତିକ୍ତତା ଉପୁଜିପାରେ।

କନ୍ୟା: କର୍ମକ୍ଷେତ୍ରରେ ମହତ୍ତ୍ବ ଆକାଂକ୍ଷା ପୂର୍ଣ୍ଣ ହେବ। ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ , ସଫଳତା ପାଇବେ। ଆର୍ଥିକ ଉନ୍ନତି ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ତୁଳା:ଉତ୍ସାହର ସହ ଦିନଟି କଟିବ। ଜୀବନରେ ନୂତନ ପରିବର୍ତ୍ତନ ଆସିବ। ବ୍ୟବସାୟରେ ସୁଧାର ଦେଖାଦେବ। ଦେହ ଓ ମନ ଭଲ ରହିବ। ପରିବାର ସହ ଅଧିକ ସମୟ ଅତିବାହିତ କରିବେ।

ବିଛା: କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ। ଭାବୁକ ହୋଇ ଭୁଲ ନିଷ୍ପତ୍ତି ନେଇ ପାରନ୍ତି। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ। ଅନୁଭବୀ ଲୋକଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ।

ଧନୁ: ସାମାଜିକ କାର୍ଯ୍ୟରେ ସମୟ କଟାଇବେ ।ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ପାଇବେ। କିଛି ଲୋକ ଆପଣଙ୍କ ବ୍ୟବହାରରେ ଆର୍କଷିତ ହେବେ। ପାରିବାରିକ ସହଯୋଗ ମଧ୍ୟ ପାଇବେ।

ମକର: ଉତ୍ସାହ ଓ ଉନ୍ମାଦନା ସହ ଦିନଟି କଟିବ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ସକାରାତ୍ମକ ଭାବନା ସହ କାର୍ଯ୍ୟ କରନ୍ତୁ। ଆର୍ଥିକ ଉନ୍ନତି ଦେଖାଦେବ। ପୈତୃକ ସମ୍ପତ୍ତିରୁ ଭାଗ ପାଇବେ।

କୁମ୍ଭ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ରୋଜଗାରର ନୂତନ ପଥ ଉନ୍ମୁକ୍ତ ହେବ। ସହକର୍ମୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ କଥାକୁ ମହତ୍ତ୍ବ ଦିଅନ୍ତୁ।

ମୀନ: ଶୁଭ ଖବର ପାଇଁ ମନ ପ୍ରସନ୍ନ ହେବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ମିଳିପାରେ। ପରିବାର ସହ ଭ୍ରମଣଯୋଗ ରହିଛି। ସମୟ ପୂର୍ବରୁ କାର୍ଯ୍ୟ ସୂଚାରୁ ରୂପରେ ତୁଲାଇବେ।

Leave a comment