ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରେ 5T ସଚିବ ଭି.କେ ପାଣ୍ଡିଆନ୍, ବିଭିନ୍ନ ଉନ୍ନୟନମୂଳକ କାମର କରୁଛନ୍ତି ସମୀକ୍ଷା

କଟକ: କଟକରେ 5T ସଚିବ ଭି.କେ ପାଣ୍ଡିଆନ୍ । କଟକରେ ଦ୍ରୁତଗତିରେ ଆଗେଇ ଚାଲିଛି ବିଭିନ୍ନ ଉନ୍ନୟନମୂଳକ କାମ । ଯାହାର ସମୀକ୍ଷା କରିବାକୁ କଟକରେ ପହଞ୍ଚିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ଶୀଘ୍ର ସରିବ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟକ୍ରମ । କଟକ ଯାଇ ଗ୍ରାଉଣ୍ଡ ଜିରୋରେ ଟର୍ମିନାଲ ନିର୍ମାଣର ସମୀକ୍ଷା କରିଛନ୍ତି 5T ସଚିବ । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ବସ ଟର୍ମିନାଲର ଅଗ୍ରଗତି ସମ୍ପର୍କରେ କରିଛନ୍ତି ଅନୁଧ୍ୟାନ । ଏଣ୍ଟ୍ରି ଓ ଏଗଜିଟ ପଏଣ୍ଟ ବୁଲି ଦେଖିବା ସହ ଅଫିସ, ଦୋକାନ ଗୃହ ଓ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗୁଣାବତ୍ତାକୁ ଧ୍ୟାନ ଦେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ ।

ବସଷ୍ଟାଣ୍ଡର ୯୦ ପ୍ରତିଶତ ନିର୍ମାଣ ଶେଷ ହୋଇଥିବାବେଳେ ଆଉ ଅଳ୍ପ କିଛି କାମ ବାକି ରହିଛି । ଆସନ୍ତା ମେ ମାସରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ୧୫ ଏକର ଜମିରେ ପାଖପାଖି ୬୫ କୋଟି ଟଙ୍କାରେ ବସ ଟର୍ମିନାଲର ନିର୍ମାଣ ଜାରି ରହିଛି । ୨୦୨୧ ଜୁନ ମାସରେ କୋଭିଡ କଟକଣା ଭିତରେ କାମ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ତତ୍ପରତା ପାଇଁ ଦୃତ ଗତିରେ ନିର୍ମାଣ କାମ କରାଯାଇଥିଲା ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଟର୍ମିନାଲ ହେବ ରାଜ୍ୟର ପ୍ରଥମ ମଡେଲ ବସ୍ ଟର୍ମିନାଲ । ଗୋଟିଏ ସ୍ଥାନରେ ଯାତ୍ରୀମାନଙ୍କୁ ରେଳ ଷ୍ଟେସନ ଓ ବିମାନ ବନ୍ଦର ଭଳି ସେବା ମିଳିପାରିବ । ପ୍ରାୟ ୨୦୦ଟି ବସ୍ ଏକା ସାଙ୍ଗରେ ରହିବା ସହ ବସ୍ ଏଣ୍ଟ୍ରି ଓ ଏକଜିଟ ପାଇଁ ଅଲଗା ରାସ୍ତା ରହିଛି । ଡ୍ରାଇଭରଙ୍କ ପାଇଁ ରେଷ୍ଟରୁମ, ମହିଳା ଓ ପୁରୁଷ ଯାତ୍ରୀଙ୍କ ପାଇଁ ଡର୍ମିଟୋରୀ ରହିଛି । ସୂଚନା କେନ୍ଦ୍ରରେ ଯାତ୍ରୀମାନେ ବସର ସମୟ, ସିଟ୍, କ୍ଷମତା, ଦୂରତାର ସମସ୍ତ ସୂଚନା ପାଇ ପାରିବେ । ସୁରକ୍ଷା ପାଇଁ ସିସିଟିଭି ସହ ପୋଲିସ୍ ଆଉଟ ପୋଷ୍ଟରେ ୨୪ ଘଣ୍ଟିଆ ପ୍ରହରା ରହିବ । ଅତ୍ୟାଧୁନିକ ବସ୍ ଟର୍ମିନାଲରେ ସମୁଦାୟ ୩୩ଟି ରୁମ୍ ରହିଛି । ଗ୍ରାଉଣ୍ଡ ଫ୍ଲୋରରେ ୩୦ଟି ଦୋକାନ ଘର ଥିବା ବେଳେ, ଫାଷ୍ଟ ଓ ସେକେଣ୍ଡ ଫ୍ଲୋରରେ ସପିଂ ମଲ ପାଇଁ ଅଛି ବଡ଼ ବଡ଼ କର୍ମସିଆଲ ରୁମ ।

ଚଣ୍ଡି ମନ୍ଦିରରେ ଫାଇଫ-ଟି ସଚିବ

ବସ ଟର୍ମିନାଲର ସମୀକ୍ଷା ପରେ କଟକ ଚଣ୍ଡୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଥିଲେ 5T ସଚିବ । ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀ ଓ ଉନ୍ନତିକରଣ ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ 5T ସଚିବ ଆଲୋଚନା କରିଥିଲେ । ନକ୍ସା ଦେଖି ମନ୍ଦିରର ସୌନ୍ଦର୍ଯ୍ୟକରଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପରେ ମନ୍ଦିରର ଚାରିପାଖର ଉନ୍ନତିକରଣ ବୁଲି ଦେଖିବା ସହ ଆସନ୍ତା ନଭେମ୍ବର ମାସ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୭୦ କୋଟି ଟଙ୍କାରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି । ମନ୍ଦିର ମଧ୍ୟରେ ଓ ଚାରିପାଖରେ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଉଛି । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରି ସହିତ ଚାରି ଦିଗରେ ନିର୍ମାଣ କରାଯାଉଛି ଚାରୋଟି ଦ୍ବାର । ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ନିର୍ମାଣ ଚାଲିଛି । ମନ୍ଦିର ପରିସରକୁ ଖୋଣ୍ଡାଲାଇଟ ପଥରରେ ବିଛାଯାଉଛି । ଆଲୋକୀକରଣ ସହ ସରୁକ୍ଷାକୁ ଦୃଷ୍ଟିରେ ରଖି CCTV ଲଗାଯିବା ପ୍ରକ୍ରିଆ ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖ୍ୟାନ କେନ୍ଦ୍ର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏହାସହ ଯାତ୍ରୀ ନିବାସ, ବିସ୍ଥାପିତ ଦୋକାନୀଙ୍କ ପାଇଁ ଦୋକାନ, ମନ୍ଦିର ପରିସରରେ ସେବାୟତଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ ହେଉଛି । ପାର୍କିଂ ସହିତ ଖୋଲା ସ୍ଥାନର ମଧ୍ୟ ବିକାଶ କରାଯିବ । ଚଣ୍ଡୀ ମନ୍ଦିର ପାଖ ବାଟ ମଙ୍ଗଳା ମନ୍ଦିରର ମଧ୍ୟ ପୁନଃନିର୍ମାଣ କାର୍ଯ୍ୟକରାଯାଉଛି ।

Leave A Reply

Your email address will not be published.