ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବା ସହ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କଲେ 5ଟି ସଚିବ

ବ୍ରହ୍ମଗିରି: ପ୍ରଭୁ ଅଲାରନାଥଙ୍କ ମନ୍ଦିରରେ 5ଟି ସଚିବ ଭିକେ ପାଣ୍ଡିଆନ୍। 5ଟି ସଚିବ ଆଜି ଅଚାନକ ଭାବେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥ ମନ୍ଦିରରେ ପହଞ୍ଚିଥିଲେ ଠାକୁରଙ୍କ ଦର୍ଶନ କରିଛନ୍ତି । 5T ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହିଥିଲେ ।

ବର୍ଷେ ଭିତରେ ମନ୍ଦିର ନୂଆ ରୂପ ପାଇବ ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିର । ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ । ମନ୍ଦିର ନିକଟରେ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ ସେବାୟତ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଫାଇଭ ଟି ସଚିବ । ମନ୍ଦିର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ବିକ ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୱୋଚନା କରିଥିଲେ । ବର୍ଷେ ଭିତରେ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ ।

Leave A Reply

Your email address will not be published.