ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଜିଉଙ୍କ ନିକଟରେ ବିଶ୍ବର ମଙ୍ଗଳ ପାଇଁ ପ୍ରାର୍ଥନା କଲେ ୫ଟି ସଚିବ ଭିକେ ପାଣ୍ଡିଆନ

ପୁରୀ: ପୁରୀ ଗସ୍ତରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ। ଏହାସହ ଶ୍ରୀଜଗନ୍ନାଥଙ୍କ ନିକଟରେ ବିଶ୍ବର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ପାଣ୍ଡିଆନ ଭୁବନେଶ୍ବର ଫେରିଛନ୍ତି ।ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ପର୍ଯ୍ଯନ୍ତ ରହିବା ସହ ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ, ପାଣ୍ଡିଆନ ନିୟମିତ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରୁଛନ୍ତି। ଏହାସହ ପୁରୀ ସୌନ୍ଦର୍ଯ୍ଯକରଣ ପାଇଁ ଚାଲିଥିବା କାମର ଅଗ୍ରଗତି ମଧ୍ୟ ବୁଲି ଦେଖିଥିଲେ। ପୁରୀକୁ ବିଶ୍ବସ୍ତରୀୟ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପୁରୀ ଆସିବାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାମ ହାତକୁ ନେଇଛନ୍ତି।

Leave A Reply

Your email address will not be published.