ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଲକାନଗିରି ଗସ୍ତରେ ୫ଟିି ସଚିବ ଭିକେ ପାଣ୍ଡିଆନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ମାଲକାନଗିରି: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମାଲକାନଗିରି ଗସ୍ତରେ ଅଛନ୍ତି।  ଆଜି ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ମାଲକାନଗିରି ଜିଲ୍ଲାର ମାଥିଲିରେ ପହଞ୍ଚିବା ପରେ ଶିବସାଗର ଯାଇ ଉନ୍ନତିକରଣ ସମୀକ୍ଷା କରିଛନ୍ତି ୫ଟି ସଚିବ। ପରେ ପ୍ରସ୍ତାବିତ ରେଳ ଲାଇନ ଓ ସପ୍ତଧରା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହାପରେ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଉ କିଛି ସମୟ ପରେ ସୀତାକୁଣ୍ଡରେ ପହଞ୍ଚି ବଣ୍ଡା ହିଲ୍ସର ଉନ୍ନତିକରଣର ସମୀକ୍ଷା କରିବେ ପାଣ୍ଡିଆନ । ପରେ ହନ୍ତଳଗୁଡ଼ା ଭିୟୁ ପଏଣ୍ଟର ନିର୍ମାଣ ଅନୁଧ୍ୟାନ କରି ଲୋକଙ୍କ ସହ ଆଲୋଚନା କରିବେ। ଏହାପରେ ବିଏସଏଫ କ୍ୟାମ୍ପ ଏବଂ ବଡ଼ପଦାରେ ସ୍କୁଲକୁ ଯିବାର କାର୍ଯ୍ଯକ୍ରମ ରହିଛି । ଆସନ୍ତାକାଲି ମଧ୍ୟ ଫାଇଭ-ଟି ସଚିବ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଅନୁଧ୍ୟାନ କରିବେ।

Leave A Reply

Your email address will not be published.