ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିବ ମାଆ ଶାରଳାଙ୍କ ମନ୍ଦିର ରୂପରେଖ, ପୀଠ ପରିଦର୍ଶନ କରି ଭିତ୍ତିଭୂମୀ ବିକାଶ ତଦାରଖ କଲେ ୫ଟି ସଚିବ

ଜଗତସିଂହପୁର : ରାଜ୍ୟର ବିିଭିନ୍ନ ଧାର୍ମିକ ପୀଠମାନଙ୍କରେ ଜାରି ରହିଛି ଉନ୍ନତିକରଣ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅନୁସାରେ ରାଜ୍ୟରେ ଥିବା ବିଭିନ୍ନ ପୁରାତନ ଏବଂ ଐତିହାସିକ ପୀଠ ଗୁଡିକର ଉନ୍ନତି କରାଯିବା ସହ ଭକ୍ତମାନଙ୍କର ସୁବିଧାରେ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଉଛି। ଏହିକ୍ରମରେ ବହୁପୁରାତନ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ପୀଠର ମଧ୍ୟ ଉନ୍ନତି କରଣ କରାଯିବ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ନିଆଯାଉଛି ସ୍ବତନ୍ତ୍ର ପଦକ୍ଷେପ । ବାଣୀକ୍ଷେତ୍ର ଜଗତସିଂହପୁର ଗସ୍ତ କରି ମାଆ ଶାରଳାଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଶାରଳା ପୀଠରେ ପହଞ୍ଚି ପ୍ରଥମେ ମାଙ୍କୁ ଦର୍ଶନ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ।

ବହୁ ପୁରାତନ ମାଆ ଶାରଳାଙ୍କ ମନ୍ଦିରର ବିକାଶ ପାଇଁ ଅନେକ କାର୍ଯ୍ୟ ହାତକୁ ନେଉଛନ୍ତି ରାଜ୍ୟ ସରକାର । ମାଆଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ସେବାୟତ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରୁଛନ୍ତି ୫ଟି ସଚିବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ଓ ଆସ୍ଥାର ପ୍ରତୀକ ଶାରଳା ପୀଠ । ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ପୀଠକୁ ଆସୁଛନ୍ତି । ସେମାନଙ୍କ ସୁବିଧା ପାଇଁ ବିକାଶମୂଳକ କାର୍ଯ୍ୟ କରାଯାଉଛି । ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ୫ଟି ସଚିବ ଭି.କେ ପାଣ୍ଡିଆନ ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ବିକ ସ୍ଥାନ ବୁଲି ଦେଖିଛନ୍ତି।

Leave A Reply

Your email address will not be published.