ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ଗସ୍ତ କରି ଏସ୍‌ସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍

କଟକ : କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ। ସୋମବାର ଭୋରୁ କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକୁ ବୁଲି ଦେଖିବା ସହ  କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି ପର୍ଯ୍ୟାୟରେ କାମର ଯାଞ୍ଚ କରାଯିବ ବୋଲି କହିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

ଏସିସିବି ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କରିବା ପରେ ତାଳଦଣ୍ଡା କେନାଲର ଉନ୍ନୟନମୂଳକ କାର୍ଯ୍ୟକୁ ବୁଲି ଦେଖିଥିଲେ ୫ଟି ସଚିବ । ଶେଷରେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହେଉଥିବା ପିଣ୍ଡି ବୁଲି ଦେଖିଥିଲେ । ଏଣିକି ରାସ୍ତା ଉପରେ ଯେପରି କୌଣସି ବ୍ୟବସାୟୀ ପରିବା ବିକ୍ରି କରିପାରିବେ ନାହିଁ, ସେଥିପାଇଁ କଟକ ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଛତ୍ରବଜାର ପୋଲର ମଧ୍ୟ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ।

୫ଟି ସଚିବଙ୍କ ଗସ୍ତ ପରେ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ଯେ, ସ୍ଥିର ହୋଇଥିବା ସମୟ ମଧ୍ୟରେ ଶେଷ ହେବ ସମସ୍ତ କାର୍ଯ୍ୟ । ୩୧ଡିସେମ୍ବର ୨୦୨୩ ସୁଦ୍ଧା ସରିବ ଏସସିବି ସମ୍ପ୍ରସାରଣ କାର୍ଯ୍ୟ । ଏଥି ସହିତ ଉନ୍ନୟନମୂଳକ କାର୍ଯ୍ୟର ମାନ ଭଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ଏହାସହ ପାର୍କିଂ ସ୍ଥାନ ଓ କେନାଲ ରୋଡ କାମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ ସମୟରେ କଟକ ବଡ଼ ମେଡିକାଲର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ। ଏଥିସହିତ ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାର୍ଶ୍ବରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା। କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ଼ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏବେ ଏସବୁ କାମ ଚାଲୁ ରହିଛି।

Leave A Reply

Your email address will not be published.