ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

OUTRରେ ବିକାଶମୂଳକ କାମ ବୁଲି ଦେଖିଲେ 5T ସଚିବ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର: ଭୁବନେଶ୍ବର ଘାଟିକିଆସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟିର ନାମ ପରିବର୍ତ୍ତନ ହୋଇଛି । କ୍ୟାବିନେଟ୍ ଅନୁମୋଦନ କ୍ରମେ ଏହାର ନାମ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବା OUTR କରାଯାଇଛି । ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ OUTR ଦ୍ବାରା ପରିଚାଳିତ ହେବେ । ଏହି ନୂଆ ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟରପ୍ଲାନର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଆବଶ୍ୟକୀୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ୫ଟି ସଚିବ । ୫ଟି ସଚିବଙ୍କ ସହ ବିଭାଗୀୟ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଆଜି ସମୀକ୍ଷାରେ ଅର୍ଥ ଅନୁଦାନ ସମ୍ପର୍କରେ ଓ ଅଧ୍ୟାପକ ନିଯୁକ୍ତି ସଂପର୍କରେ ହୋଇପାରେ ଆଲୋଚନା । ବର୍ତ୍ତମାନ ବିଶ୍ୱବିଦ୍ୟାଳୟରେ ୨୬ଟି ବିଭାଗରେ ମୋଟ ୫ ହଜାର ଛାତ୍ରଛାତ୍ରୀ ଅଛନ୍ତି ।

Leave A Reply

Your email address will not be published.