ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର OUTR ବୁଲି ଦେଖିବା ସହ ବିକାଶମୂଳକ କାମର ତଦାରଖ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର: ଭୁବନେଶ୍ବର ଘାଟିକିଆସ୍ଥିତ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ବା ସିଇଟିର ନାମ ପରିବର୍ତ୍ତନ ହୋଇଛି । କ୍ୟାବିନେଟ୍ ଅନୁମୋଦନ କ୍ରମେ ଏହାର ନାମ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ବା OUTR କରାଯାଇଛି ।ଏହି ନୂଆ ବିଶ୍ବବିଦ୍ୟାଳୟର 5T ସଚିବ ଭି.କେ ପାଣ୍ଡିଆନ୍‌ । ଶନିବାର 5T ସଚିବ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ(OUTR) କ୍ୟାମ୍ପସ ବୁଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମୀକ୍ଷା ବୈଠକ କରିଛନ୍ତି। ଏଠାରେ ଚାଲିଥିବା ବିଭିନ୍ନ ପ୍ରକାର ବିକାଶମୂଳକ କାମର ତଦାରଖ କରିଛନ୍ତି 5T ସଚିବ । ଆବଶ୍ୟକୀୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି 5T ସଚିବ । 5T ସଚିବଙ୍କ ସହ ବିଭାଗୀୟ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି ।

ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୨୬ଟି ପିଜି ଓ ୧୧ଟି ବି-ଟେକ୍‌ ବିଭାଗ ରହିଛି । ୩ରୁ ୫ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରାଯିବାର ଯୋଜନା ରହିଛି। ଏଥିପାଇଁ ଯେତେ ଟଙ୍କା ଆବଶ୍ୟକ ସେଥିପାଇଁ ସ୍ଵତନ୍ତ୍ର ବଜେଟ ବ୍ୟବସ୍ଥା କରାଯିବ। ଶହେ ଏକର ଜମିରେ ଠିଆ ହୋଇଥିବା ଓୟୁଟିଆରକୁ ଦେଶର ନମ୍ବର ୱାନ ଏକକ ବିଶ୍ବବଦ୍ୟାଳୟ ପରିଣତ କରାଯିବାର ଯୋଜନା ରହିଛି।

Leave A Reply

Your email address will not be published.