ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ଚଣ୍ଡୀ ମନ୍ଦିରରେ ମାଆଙ୍କୁ ଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ଉନ୍ନୟନମୂଳକ କାର୍ଯ୍ଯର କଲେ ଅନୁଧ୍ୟାନ

କଟକ: କଟକ ଚଣ୍ଡୀ ମନ୍ଦିରରେ ମାଆଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଏଥିସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ଅନୁଧ୍ୟାନ କରିଛନ୍ତି ୫ଟି ସଚିବ । ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ୫ଟି ସଚିବ ଆଲୋଚନା କରିବା ସହ ମନ୍ଦିରର ସ୍ଥିତିବାନ୍ ଅଞ୍ଚଳ ବୁଲି ଦେଖିଛନ୍ତି। ମନ୍ଦିରରେ ଥିବା ସମସ୍ୟା ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ ୫ଟି ସଚିବଙ୍କୁ ଅବଗତ କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ଯକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି । ମନ୍ଦିରକୁ ଅଧିକ ସୁନ୍ଦର କରିବା ସହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ।

କଟକ ଚଣ୍ଡୀ ମନ୍ଦିରର ସେବାୟତ ଓ ଜିଲ୍ଲା ପ୍ରଶାସନ ସହ ମଧ୍ୟ ବିକାଶମୂଳକ କାମ ନେଇ ଆଲୋଚନା କରିଛନ୍ତି । ମନ୍ଦିର ନବୀକରଣ ପାଇଁ କାର୍ଯ୍ଯ ଦ୍ରୁତ ଗତିରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ୫ଟ୍ ସଚିବ ସମସ୍ତଙ୍କୁ ଜଣାଇଛନ୍ତି । ୭ ଦିନ ମଧ୍ୟରେ ମନ୍ଦିର କମିଟି କଟକ ଚଣ୍ଡୀ ମନ୍ଦିରର ସମସ୍ତ ପ୍ରସ୍ତାବ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବ । ସମସ୍ତଙ୍କ ସହଯୋଗରେ ମନ୍ଦିରର ବିକାଶମୂଳକ କାର୍ଯ୍ଯ ଆରମ୍ଭ ହେବ । ୫ଟି ସଚିବ ଗସ୍ତ ସମୟରେ ଜିଲ୍ଲାପାଳ, ଆରଡିସି, ସିଏମସି କମିଶନର, ଡିସିପି, ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.