ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ କାମର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡକୋ କନଷ୍ଟ୍ରକ୍ସନ ସାଇଟରେ 5T ସଚିବ କାମ ତଦାରଖ କରିଛନ୍ତି । ପୂର୍ବରୁ ବରମୁଣ୍ଡାରେ ଆଇଏସବିଟି ପ୍ରକଳ୍ପ କାମର ମଧ୍ୟ ସମୀକ୍ଷା କରିଛନ୍ତି ।

ପାଣ୍ଡିଆନଙ୍କ ସହ ବିଏମସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ। କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପ୍ରୋଜେକ୍ଟ କାମର ମଧ୍ୟ ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ।

Leave A Reply

Your email address will not be published.