ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୟନାରାୟଣଙ୍କୁ ୫-ଟି ଭୂତ ଲାଗିଛି, ଝାଡି ଦିଅନ୍ତୁ : ଅମର ଶତପଥୀ

ଭୁବନେଶ୍ବର : ‘୫-ଟି’ ଏକ ବିପ୍ଳବ, ଏକ ଆନ୍ଦୋଳନ ଓ ଏକ ପ୍ରଗତିଶୀଳ ଚିନ୍ତାଧାରା। ରାଜ୍ୟରେ ‘୫-ଟି’ ଲାଗୁ ହେବା ପରେ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ‘୫-ଟି’ ଦ୍ୱାରା ସ୍ୱଚ୍ଛତା ଆସିଛି; ସାଧାରଣ ଲୋକେ ନିଜକୁ ସ୍ୱତଃପ୍ରବୃତ୍ତ ଭାବେ ‘୫-ଟି’ ସହ ନିଜକୁ ଯୋଡ଼ୁଛନ୍ତି। ଯେଉଁମାନେ ପ୍ରଗତିଶୀଳ ବିଚାରଧାରାର ପରିପନ୍ଥୀ ସେମାନେ ‘୫-ଟି’କୁ ବିରୋଧ କରୁଛନ୍ତି। ବାରମ୍ବାର ବିରୋଧୀ ଦଳ ନେତା ଗୃହରେ ୫ଟି କଥା କହି ଗୃହର ସମୟ ନଷ୍ଟ କରୁଥିବାରୁ ତାଙ୍କୁ କଡା ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବଡଚଣା ବିଧାୟକ ଅପର ପ୍ରସାଦ ଶତପଥୀ।

ଅପର ପ୍ରସାଦ ଶତପଥୀ କହିଛନ୍ତି ଜୟନାରାୟଣଙ୍କୁ ୫-ଟି ଭୂତ ଲାଗିଛି, ସେ ଝାଡି ଦିଅନ୍ତୁ। ଅଯଥାରେ ଏ ପ୍ରସଙ୍ଗ ଆଲୋଚନା କରି ଗୃହର ସମୟ ନଷ୍ଟ କରନ୍ତୁ ନାହିଁ। ୫-ଟି ଏକ ମଡେଲ। ସରକାରକୁ ଚଳ ଚଞ୍ଚଳ କରିବା ପାଇଁ ୫-ଟି ଏକ ବ୍ୟବସ୍ଥା। କେନ୍ଦ୍ର ସରକାର ବି ଓଡ଼ିଶାର ଗଭର୍ଣ୍ଣନାସକୁ ମଡେଲକୁ ପ୍ରଶଂସା କରିଛନ୍ତି। ତେଣୁ ଏହି ୫-ଟି କଥା ବିରୋଧୀ ଦଳ ନେତାଙ୍କୁ କାହିଁକି ବାଧୁଛି ବୋଲି ଜୟନାରାୟଣଙ୍କୁ ପ୍ରଶ୍ନ କରିଛନ୍ତି ଅମର।

ଅନ୍ୟପଟେ ଗତକାଲି ମଧ୍ୟ ବିରୋଧୀ ଦଳ ନେତା ଗୃହରେ ୫-ଟି ପ୍ରସଙ୍ଗ କହିଥିଲେ। ଯାହାକୁ ନେଇ ବିଜେଡି ନେତା ଅରୁଣ ସାହୁ କହିଥିଲେ ବିରୋଧୀ ଦଳ ନେତା ବାରମ୍ବାର ଅନେକ ହାସ୍ୟାସ୍ପଦ କାହାଣୀର ଅବତାରଣା କରୁଛନ୍ତି। ‘୫-ଟି’ ସ୍କୁଲ ରୂପାନ୍ତରଣ ପ୍ରଗତିର ଲକ୍ଷଣ। ଓଡ଼ିଶାର ଯେ କୌଣସି ଗାଁକୁ ଯିବେ ସେଠାରେ ପ୍ରଗତିର ଲକ୍ଷଣ ଦେଖିବେ। ‘୫-ଟି’ ଜରିଆରେ ସାରା ରାଜ୍ୟରେ ରାସ୍ତାଘାଟ, ସେତୁ ନିର୍ମାଣଠାରୁ ନେଇ ଜଳସେଚନ ପ୍ରକଳ୍ପ ଓ ହସ୍ପିଟାଲ ଆଦିର ଭିତ୍ତିଭୂମି ନିର୍ମାଣ ଏବଂ ରୂପାନ୍ତରୀକରଣ କରାଯାଉଛି। ଏପରିକି ‘୫-ଟି’ ବ୍ୟବସ୍ଥାକୁ ଦେଶର ଅନ୍ୟ ରାଜ୍ୟମାନେ ଉଦାହରଣ ଭାବରେ ଗ୍ରହଣ କରିଛନ୍ତି। ଲୋକଙ୍କ ମନରେ, ହୃଦୟରେ, ମସ୍ତିଷ୍କରେ ‘୫-ଟି’ ଘର କରିନେଇଛି। ଯେଉଁମାନେ ପ୍ରଗତିଶୀଳ ବିଚାରଧାରାର ପରିପନ୍ଥୀ ସେମାନେ ‘୫-ଟି’କୁ ବିରୋଧ କରୁଛନ୍ତି।

ତେଣୁ ବିରୋଧୀ ପ୍ରଗତିଶୀଳ ବିଚାରଧାରାକୁ ଗ୍ରହଣ କରନ୍ତୁ ବୋଲି ଡ. ସାହୁ ଅନୁରୋଧ କରିଥିଲେ। ରାଜ୍ୟରେ ସମସ୍ତ ସ୍କୁଲର ରୂପାନ୍ତରଣ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତାଙ୍କ ପାକିସ୍ତାନ ପତାକା(ସବୁଜ ରଙ୍ଗ) ମନ୍ତବ୍ୟର ଜବାବ୍‌‌ ଦେଇ ଅରୁଣ କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କୁ ‘୫-ଟି’ ଭୂତ ଏପରି ମାଡ଼ିବସିଛି ଯେ ସେ ସ୍କୁଲର ସବୁଜ ରଙ୍ଗକୁ ନେଇ ପାକିସ୍ତାନରେ ପହଞ୍ଚି ଗଲେଣି। ସେମାନେ ସବୁଜ ରଙ୍ଗର ପନିପରିବା ଖାଇବା ଛାଡ଼ିଦିଅନ୍ତୁ। ନିଜ ବାରିରେ ଥିବା ସବୁଜ ରଙ୍ଗର ଗଛକୁ କାଟି ପକାନ୍ତୁ। ଭାରତୀୟ ଜାତୀୟ ପତାକାରେ ମଧ୍ୟ ସବୁଜ ରଙ୍ଗ ରହିଛି। ଏପରିକି ବିଜେପିର ଦଳୀୟ ପତାକାରେ ମଧ୍ୟ ସବୁଜ ରଙ୍ଗ ରହିଛି। ତେଣୁ ବିଜେପି ଓ ବିରୋଧୀଦଳ ନେତା ସବୁଜ ରଙ୍ଗକୁ ତ୍ୟାଗ କରନ୍ତୁ ବୋଲି ପରିହାସରେ କହିଥିଲେ ଅରୁଣ।

Leave A Reply

Your email address will not be published.