ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତରେ ଶେଷ ହେଲା 5ଜି ଟେଷ୍ଟ, କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ପ୍ରଥମ 5G କଲ୍‌

ନୂଆଦିଲ୍ଲୀ :  ଟେଲିକମ୍‌ ଉପଭୋକ୍ତାଙ୍କ ପାଇଁ ଭଲ ଖବର। ଭାରତରେ 5ଜି ଟେଷ୍ଟ ସଫଳ ହୋଇଛି। ଆଇଆଇଟି ମାଡ୍ରାସରେ 5ଜି ନେଟୱର୍କର ସଫଳ ପରୀକ୍ଷଣ କରାଯାଇଥିବା ବେଳେ କେନ୍ଦ୍ର କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 5ଜି ଭଏଲ ଏବଂ ଭିଡିଓ କଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ପୂର୍ଣ୍ଣ ଏଣ୍ଡ ଟୁ ଏଣ୍ଡ ନେଟୱାର୍କ ଭାରତରେ ଡିଜାଇନ କରାଯାଇଛି। ଭାରତରେ ଡେଭଲପ୍ ହୋଇଛି ସଂପୂର୍ଣ୍ଣ ନେଟୱର୍କ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 5ଜି ନେଟୱର୍କ କଲ ଟେଷ୍ଟିଂ କରୁଥିବା ସମୟର ଭିଡିଓ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର କହିଥିଲେ, ଚଳିତ ବର୍ଷ ସେପ୍ଟେମ୍ୱର-ଅକ୍ଟୋବର ସୁଦ୍ଧା ଭାରତ ନିଜର 5ଜି ପ୍ରଣାଳୀ ପ୍ରସ୍ତୁତ କରିବ।ଏଭଳି ପରିସ୍ଥିତିରେ ଆଜି ଭାରତର ସଫଳ ପରୀକ୍ଷଣ କରିବା ଗର୍ବର ବିଷୟ। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ସ୍ୱଦେଶୀ ଦୂରସଂଚାର ପ୍ରଣାଳୀ, ସଶକ୍ତ ମୂଳଦୂଆ ଥିବା ପ୍ରଯୁକ୍ତିର ପ୍ରଗତିକୁ ଦର୍ଶାଉଛି।

ଅନ୍ୟପଟେ ବିଶେଷଜ୍ଞମାନେ କହିଛନ୍ତି ଯେ, ୫ଜି ର ଇଣ୍ଟରନେଟ୍ ସ୍ପିଡ୍ ୪ଜିଠାରୁ ୧୦ ଗୁଣ ଅଧିକ ହେବ। ଏଥିରେ ଅପଲୋଡ୍ ଏବଂ ଡାଉନଲୋଡ୍ ଦ୍ରୁତ ବେଗରେ ସମ୍ପନ୍ନ ହୋଇପାରିବ। ଭିଡିଓ କଲିଂରେ ବ୍ୟବହାରକାରୀ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ସ୍ମାର୍ଟ ସଂଯୋଗୀକରଣ ସହିତ ଉପକରଣଗୁଡ଼ିକର ବ୍ୟବହାର ବୃଦ୍ଧି ପାଇବ। ଦ୍ରୁତ ୱେରଲେସ୍‌ ଇଣ୍ଟରନେଟ୍ ସବୁଆଡେ ପହଞ୍ଚିବାକୁ ସକ୍ଷମ ହେବ, ଯେଉଁ କାରଣରୁ ଇଣ୍ଟରନେଟ୍ ସଂଯୋଗ ଭଲ ରହିବ। ଅନଲାଇନ୍ ଗେମିଂ ଖେଳିବାରେ କୌଣସି ସମସ୍ୟା ହେବ ନାହିଁ। ଭର୍ଚୁଆଲ୍ ରିଅଲିଟି ଏବଂ କାରଖାନାଗୁଡ଼ିକରେ ରୋବଟ୍ ବ୍ୟବହାର କରିବା ସହଜ ହେବ।

୫ଜି ଦ୍ବାରା ସେନ୍ସର ଯୋଗୁଁ ରାସ୍ତାରେ ଦୁର୍ଘଟଣାରେ ହେଉଥିବା ମୃତ୍ୟୁକୁ ମଧ୍ୟ ରୋକାଯାଇ ପାରିବ । ୫ଜି ସାହାଯ୍ୟରେ ଗାଡିରେ ଥିବା ସେନ୍ସର କାମ କରିବ ଏବଂ ଏହା ଗାଡି ଚାଳକଙ୍କୁ ବିପଦ ବିଷୟରେ ସତର୍କ କରାଇବ। କେବଳ ଚାଳକଙ୍କୁ ଏହା ଯେ ସତର୍କ କରାଇବା ତା’ନୁହେଁ, ଏହା ମଧ୍ୟ ଅଟୋମେଟିକ୍‌ ବ୍ରେକ୍‌ ମଧ୍ୟ ଲଗାଇବ। ଏଥିଯୋଗୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇ ହେବ।

କୃଷକମାନେ ଭାରତର ଅର୍ଥନୈତିକ ବ୍ୟବସ୍ଥା ଏବଂ ସମାଜର ସ୍ତମ୍ଭ ଅଟନ୍ତି। ୫ଜି ହେତୁ କୃଷିକୁ ମଧ୍ୟ ଡିଜିଟାଲାଇଜ୍‌ଡ୍‌ କରିହେବ। ଡ୍ରୋନ୍ ସାହାଯ୍ୟରେ ୫-ଜି ଟେକ୍ନୋଲୋଜି ଦ୍ବାରା ଚାଷ ହୋଇଥିବା ଜମିକୁ ସଠିକ୍ ଭାବରେ ଯାଞ୍ଚ କରି ହେବ ଏବଂ କୃଷକମାନେ ଏଥିରୁ ବହୁ ଉପକୃତ ହୋଇପାରିବେ।

୫ଜି ଟେକ୍ନୋଲୋଜିର ପ୍ରବର୍ତ୍ତନ ପରେ ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ହେବ। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ ହୋଇପାରିବ। ମେଡିକାଲ୍ ଉପକରଣକୁ ସଂଯୋଗ କରି ଘରେ ବସି କୌଣସି ବ୍ୟକ୍ତିର ଡିଜିଟାଲ୍ ପରୀକ୍ଷା ମଧ୍ୟ କରାଯାଇପାରିବ। ଏକ୍ସ୍‌-ରେ କରିବା ପାଇଁ ଆପଣଙ୍କୁ ଡାକ୍ତରଖାନା ଯିବାକୁ ମଧ୍ୟ ପଡିବ ନାହିଁ।

୫ଜି ନେଟୱାର୍କ ବ୍ୟବହାର କରିବାକୁ ଆପଣ ପାଖରେ ୫ଜି ସପୋର୍ଟ କରୁଥିବା ଏକ ମୋବାଇଲ୍ ରହିବା ଜରୁରୀ। ଯଦି ଆପଣଙ୍କର ୫ଜି ମୋବାଇଲ୍ ନାହିଁ ତେବେ ଆପଣ ୫ଜି ସେବା ଉପଭୋଗ କରିବାକୁ ସମର୍ଥ ହେବେ ନାହିଁ। ଏହା ସହିତ ୫ଜିର ଟାରିଫ୍ ପ୍ଲାନ୍‌ ମଧ୍ୟ ମହଙ୍ଗା ହୋଇପାରେ। ବିଶ୍ବରେ ଦକ୍ଷିଣ କୋରିଆର ସର୍ବାଧିକ ୧୩୩୬ ୫ଜି ନେଟୱାର୍କ ବ୍ୟବହାରକାରି ରହିଛନ୍ତି। ସ୍ପିଡଷ୍ଟେଷ୍ଟ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆ ୨୦୨୧ ର ତୃତୀୟ ତ୍ରୈମାସରେ ଦୁନିଆର ସବୁଠୁ ଦ୍ରୁତତମ ୫ଜି ସେବା ବ୍ୟବହାରକାରୀ ରାଷ୍ଟ୍ର ଭାବେ ବିବେଚିତ ହୋଇଛି। ସେଠାରେ ଇଣ୍ଟରନେଟ୍‌ ସ୍ପିଡ୍‌ ୪୬୨.୪୮ ଏମ୍‌ବିପିଏସ୍‌। ଏହା ପଛକୁ ବେଗ ଦୃଷ୍ଟିରୁ ନରୱେ ଦ୍ୱିତୀୟ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ସଂଯୁକ୍ତ ଆରବ ଏମିରେଟ୍ସ ୪୦୯.୯୬ ଏମବିପିଏସ ସ୍ପିଡ ସହିତ ତୃତୀୟ ସ୍ଥାନରେ ରହିଛି।

Leave A Reply

Your email address will not be published.