ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୟାଗଡ଼ ଉପକାରାଗାରରେ ୫୧ ଜଣ କରୋନା ଆକ୍ରାନ୍ତ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ହେବାକୁ ବସିଛି । ଆଜି ନୟାଗଡ଼ ଉପକାରାଗାରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଣ୍ଟିଜେନ ପରୀକ୍ଷାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଆରଟିପିସିଆର୍ ପରୀକ୍ଷା ପାଇଁ ପଠାଯାଇଛି । ନୟାଗଡ଼ ଉପକାରାଗାରରେ ଶତାଧିକ ବିଚାରଧିନ ବନ୍ଦୀ ଥିବା ବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରିସ୍ଥିତିକୁ ଜଟିଳ କରି ଦେଇଛି । ବିଚାରଧିନ ବନ୍ଦୀମାନଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯିବ, ତାକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନ ବିଚାର ବିମର୍ଷ ଚଲାଇଥିବା ଜଣାଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ, ସେ ଜାଣିନଥିବା କହିଛନ୍ତି । ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ଜେଲରେ କରୋନା ଆକ୍ରାନ୍ତ ଚିହ୍ମଟ ହେବାକୁ ସ୍ୱୀକାର କରିଛନ୍ତି । ଏଥିପାଇଁ ଏସପି ତାଙ୍କ ସହ ଆଲୋଚନା କରିଥିବା ମଧ୍ୟ କହିଛନ୍ତି ।

Leave A Reply

Your email address will not be published.