ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତର ବଡ଼ କାର୍‌ ଚୋର ଗିରଫ : ୨୭ ବର୍ଷରେ କରିଛି ୫ ହଜାର କାର୍‌ ଚୋରି

ନୂଆଦିଲ୍ଲୀ : ଭାରତର ବଡ଼ କାର୍‌ ଚୋର ଅନୀଲ ଚୌହାନକୁ ଦିଲ୍ଲୀ ପୁଲିସ ଗିରଫ କରିଛି। ସେ ଗତ ୨୭ ବର୍ଷରେ ଦେଶର କୋଣ ଅନୁକୋଣରୁ ୫ ହଜାରରୁ ଊର୍ଦ୍ଧ୍ବ କାର୍‌ ଚୋରି କରିଥିବା ଅଭିଯୋଗ ହୋଇଛି। ପୁଲିସ ଅନୁଯାୟୀ ଅନୀଲ ବିଳାସମୟ ଜୀବନଯାପନ କରୁଥିଲା। ଦିଲ୍ଲୀ, ମୁମ୍ବାଇ ଏବଂ ଉତ୍ତର-ପୂର୍ବ ଭାରତରେ ତାହାର ସମ୍ପତ୍ତି ରହିଛି। ସେ ଭାରତର ସବୁଠାରୁ ବଡ଼ କାର୍‌ ଚୋର ବୋଲି ପୁଲିସ ଦାବି କରିଛି। ନିର୍ଦ୍ଧାରିତ ସୂଚନା ଆଧାରରେ ଦିଲ୍ଲୀ ପୁଲିସ ଅନୀଲଙ୍କୁ ଦେଶ ବନ୍ଧୁ ଗୁପ୍ତା ରୋଡ୍‌ରୁ ଗିରଫ କରିଛି।

ପୁଲିସ ଅନୁଯାୟୀ ଅନୀଲ ଏବେ ଅସ୍ତ୍ରଶସ୍ତ୍ର ଚୋରା କାରବାରରେ ସମ୍ପୃକ୍ତ ରହିଛି। ସେ ଉତ୍ତରପ୍ରଦେଶରୁ ଅସ୍ତ୍ରଶସ୍ତ୍ର ଆଣି ଉତ୍ତରପୂର୍ବ ରାଜ୍ୟର ନିଷିଦ୍ଧ ସଂଗଠନଗୁଡିକୁ ବିକ୍ରି କରୁଥିଲା। ଦିଲ୍ଲୀର ଖାନପୁର ଅଞ୍ଚଳରେ ରହୁଥିବାବେଳେ ଅନୀଲ ଅଟୋରିକ୍ସାରେ ଶୋଉଥିଲା। ସେ ୧୯୯୫ ପରେ କାର୍‌ ଚୋରି କରିବା ଆରମ୍ଭ କରିଥିଲା। ସେ ମାରୁତି ୮୦୦ କାର୍‌ ସର୍ବାଧିକ ଚୋରି କରିଛି। ଅନୀଲ ଦେଶର ବିଭିନ୍ନ ସ୍ଥାନରୁ କାର୍‌ ଚୋରି କରି ତାହାକୁ ନେପାଳ, ଜମ୍ମୁ-କାଶ୍ମୀର ଏବଂ ଉତ୍ତରପୂର୍ବ ରାଜ୍ୟଗୁଡିକୁ ପଠାଉ ଥିଲା।

ସେ ଅନେକ ଟ୍ୟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ହତ୍ୟା କରିଛି। ସେ ଦିଲ୍ଲୀ ଛାଡିବା ପରେ ଆସାମରେ ଯାଇ ବସବାସ କରୁଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୀଲ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହା ବ୍ୟତୀତ ତା ନାମରେ ୧୮୦ଟି ମାମଲା ମଧ୍ୟ ରହିଛି। ଅନୀଲକୁ ଅନେକ ଥର ମଧ୍ୟ ଗିରଫ କରାଯାଇଥିଲା। ଅନୀଲ ୩ ସ୍ତ୍ରୀ ଏବଂ ୭ ସନ୍ତାନ ଅଛନ୍ତି।

Leave A Reply

Your email address will not be published.