ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏମସି ଅଞ୍ଚଳରେ ଡଷ୍ଟବିନ ନ ରଖିଲେ ୫ ହଜାର ଟଙ୍କା ଜରିମାନା; ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କଡା ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ପ୍ରତି ଘର ଓ ଦୋକାନ ଆଗରେ ୨ଟି ଡଷ୍ଟବିନ ରଖିବା ବାଧ୍ୟତାମୂଳକ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘର, ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍, ଦୋକାନ ଓ ଉଠାଦୋକାନ ପରିସରରେ ଦୁଇଟି ଉପଯୁକ୍ତ ଆକାରର ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ଜାରି କରିଛି ବିଏମସି ।

ଶୁଖିଲା ଏବଂ ଓଦା ଅଳିଆ ଆବର୍ଜନା, ଅଲଗା ଅଲଗା ଡଷ୍ଟବିନରେ ପକାଇବେ ଏବଂ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ବିଏମ୍ସି ଗାଡ଼ିରେ ପକାଇବେ । ପରିସରର ୫ ମିଟର ପର୍ଯ୍ୟନ୍ତ ପରିବେଶକୁ ପରିଷ୍କାର ରଖିବା ବାଧ୍ୟତାମୂଳକ ବୋଲି କହିଛି ବିଏମସି । ଓଦା ଏବଂ ଶୁଖିଲା ଅଳିଆ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ନ ରଖିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ବିଏମସି ଗାଡ଼ିରେ ଅଲଗା ଅଲଗା ଆବର୍ଜନ ନ ପକାଇଲେ, ୫ ଶହ ଟଙ୍କା ଜରିମାନା ଆଦାୟ କରିବ ବିଏମସି ।

Leave A Reply

Your email address will not be published.