ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ଚିହ୍ନଟ ହେଲେଣି କୋଭିଡ୍ ପଜିଟିଭ୍

ପୁରୀ: ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଶ୍ରୀମନ୍ଦିର ସହ ଜଡ଼ିତ ୫୦ ଜଣ ଚିହ୍ନଟ ହେଲେଣି କୋଭିଡ୍ ପଜିଟିଭ୍। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି। ଶ୍ରୀମନ୍ଦିର ସହ ଜଡ଼ିତ ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ଆଜି ମୋଟ ୨୨ ଜଣଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି । ଜୋତା ଷ୍ଟାଣ୍ଡର ୧୯ ଜଣ କର୍ମଚାରୀ ଏବଂ ଶ୍ରୀମନ୍ଦିରର ୯ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ପ୍ରଶାସନ ସୂଚନା ଦେଇଛି ।

ଅନ୍ୟପଟେ କୁମ୍ଭ ମେଳାରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୧୭ ଜଣ ସେବାୟତ ଫରିଛନ୍ତି । ସେଥିମଧ୍ୟରୁ ୨ ଜଣଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିଥିବା ବେଳେ ୧୩ ଜଣଙ୍କ ରିପୋର୍ଟ ଆସିନାହିଁ । ଏଯାବତ୍ ୨ ଜଣ କରୋନା ପରୀକ୍ଷା କରାଇ ନାହାଁନ୍ତି । କୁମ୍ଭରୁ ଫେରିଥିବା ସେବାୟତ ନିଜ ଘରେ ଓ ହୋଟେଲେରେ କ୍ୱାରେଣ୍ଟାଇନରେ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.