ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ଅଧିନସ୍ଥ ଡିହସାହି ଗାଁରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକୁଣୀମରା ଔଷଧ ଲଗାଇ ୨ କୋମଳମତି ଶିଶୁଙ୍କ ସମେତ ୫ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବଜାରରୁ ଉକୁଣୀ ଔଷଧ ଆଣି ୨ଜଣ କୋମଳମତି ଶିଶୁଙ୍କ ସହ ଅନ୍ଯ ୩ଜଣଙ୍କୁ ପରିବାର ଲୋକ ଲଗାଇବାରୁ କିଛି କ୍ଷଣକ ମଧ୍ଯରେ ୫ଜଣ ଚେତାଶୂନ୍ଯ ହୋଇ ତଳେ ପଡିଯାଇଥିଲେ। ପରିବାର ଲୋକ ପ୍ରଥମେ ଆରଡି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ କୌଣସି ଉନ୍ନତି ନ ଘଟିବାରୁ ଆମ୍ବୁଳାନ୍ସ ଯୋଗେ ଭଦ୍ରକ ନେଇଯାଇଥିଲେ ପରିବାରଲୋକେ। ସେଠାରେ ୪ବର୍ଷର ଶୁଶିଲ ମଲିକର ଦେହ ଅଧିକ ଖରାପ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ଯ ୪ଜଣ ହେଲେ ଅନିମା ମଲିକ, ନିରୁପମା ମଲିକ, ଲକି ମଲିକ, ନେରିମା ମଲିକ। ବର୍ତ୍ତମାନ ଉକ୍ତ ୪ ଜଣ ଭଦ୍ରକ ଜିଲ୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.